ଲାଞ୍ଚ ନେଉଥିଲେ ସହକାରୀ କୃଷି ଅଧିକାରୀ; ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ବର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଜିଲା ପାଇକମାଲ ସହକାରୀ କୃଷି ଅଧିକାରୀ-ତଥା-ଫର୍ଟିଲାଇଜର ଇନ୍ସପେକ୍ଟର। ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ କୃଷି ଅଧିକାରୀ-ତଥା-ଫର୍ଟିଲାଇଜର ଇନ୍ସପେକ୍ଟର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସାର ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ଜଣେ ସାର ଡିଲରଙ୍କଠାରୁ ସହକାରୀ କୃଷି ଅଧିକାରୀ ଶ୍ରୀ ମନ୍ତ୍ରୀ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ ଟିମ୍।

ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଥିବା ବାସଭବନ, କଟକ ଜିଲା ତିଗିରିଆରେ ପୈତୃକ ଘର, ଅଫିସ୍ ଏବଂ ବରଗଡ଼ ପାଇକମାଲରେ ଥିବା କ୍ୱାର୍ଟରରେ ଏକକାଳୀନ ଚଢ଼ାଉ କରାଯାଇଛି।

Comments are closed.