କୋଭିଡରେ ମୃତ୍ୟୁ ଘଟିଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

ସମ୍ବଲପୁର :  କରୋନାର ମୁକାବିଲା ନିମନ୍ତେ କୋଭିଡ ଯୋଦ୍ଧା ମାନଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାରକୁ ନେଇ ସରକାର କୋଭିଡ ଯୋଦ୍ଧା ମାନଙ୍କର ମୃତ୍ୟୁରେ ସେମାନଙ୍କର ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ । ଏହି କ୍ରମରେ କୋଭିଡରେ ସଂକ୍ରମିତ ହୋଇ ମୃତ୍ୟୁବରଣ ଘଟିଥିବା ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବରକାଗଜ ସମ୍ବାଦର ଡିଜିଏମ (ସମ୍ବଲପୁର) ଦେବେନ୍ଦ୍ର ସାମନ୍ତରାୟଙ୍କ ପୁତ୍ର ସୁବାଶିଷ ସାମନ୍ତରାୟଙ୍କୁ ବୁଧବାର ସମ୍ବଲପୁର ଜିଲାପାଳ ଶୁଭମ ସାକ୍ସସେନା ୧୫ ଲକ୍ଷ ସହାୟତା ରାଶି ପ୍ରଦାନ କରିଛନ୍ତି । ଶାରୀରିକ ଅସୁସ୍ଥତା ଯୋଗୁଁ ସ୍ୱର୍ଗତ ସାମନ୍ତରାୟଙ୍କ ପତ୍ନୀ ସୁକାନ୍ତି ଆସି ପାରି ନ ଥିବାରୁ ତାଙ୍କର ପୁତ୍ର ଏହି ରାଶି ଜିଲାପାଳଙ୍କ ନିକଟରୁ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଦେବେନ୍ଦ୍ର ସାମନ୍ତରାୟ କୋଭିଡରେ ସଂକ୍ରମିତ ହୋଇ ଆଦିତ୍ୟ ଡାକ୍ତରଖାନା (ଭୁବନେଶ୍ୱର)ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ରୂପେ ଘୋଷଣା କଲା ପରେ ମୃତ ସାମ୍ବାଦିକଙ୍କୁ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ । ସହାୟତା ରାଶି ପ୍ରଦାନ ସମୟରେ ଜିଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ଫକୀର ମୋହନ ମାଝୀ ମଧ୍ୟ ଉପସ୍ଥିତ ରହିଥିଲେ ।

 

Comments are closed.