ଗୁରୁଡିଝାଟିଆ ଘରପୋଡି ବିପନ୍ନଙ୍କୁ ପୂର୍ବତନ ବିଧାୟକ ଉମା ରଥଙ୍କ ସହାୟତା

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଗୋପାଳସାହିର ଘରପୋଡି ବିପନ୍ନ କରୁଣାକର ବେହେରା ଓ ଗଣେଶ୍ୱର ବେହେରାଙ୍କୁ ଭେଟିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ । ବିପନ୍ନ ପରିବାରଙ୍କ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୁଗା, ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଦମକଳ ବାହିନୀ ସଠିକ ସମୟରେ ନଆସିବାରୁ ବିପନ୍ନଙ୍କ ଘର ସଂପୂର୍ଣ୍ଣ ଜଳିଯାଇଥିବା ଶ୍ରୀ ରଥ ଜାଣିବାକୁ ପାଇଥିବାରୁ ଅଞ୍ଚଳବାସୀଙ୍କ ଦାବିକୁ ସମ୍ମତି ଜଣାଇ ଗୁରୁଡିଝାଟିଆଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ। ଶ୍ରୀ ରଥଙ୍କ ସହିତ ଆଠଗଡ ବ୍ଲକ କଂଗ୍ରେସ ସଭାପତି ରାହୁଲ ସାହୁ, ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଞ୍ଜନ ବର୍ମା, ଶ୍ରୀନିବାସ ବାରିକ, ମିନିଷ୍ଟର ପ୍ରଧାନ ପ୍ରମୁଖ ଘରପୋଡି ବିପନ୍ନଙ୍କୁ ଭେଟିଥିଲେ।

Comments are closed.