ଦିନକୁ ସାଢ଼େ ୪ ଘଣ୍ଟା ବିଧାନସଭା, ରହିବନି ପ୍ରଶ୍ନକାଳ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ସର୍ବଦଳୀୟ ବୈଠକ ବସିଥିଲା। କରୋନା କଟକଣା ମଧ୍ୟରେ କିପରି ବିଧାନସଭାର ଶୀତକାଳୀନ ଅଧିବେଶନ ପରିଚାଳନା କରାଯିବ ସେନେଇ ସମସ୍ତ ଦଳର ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନାପରେ ପ୍ରତିଦିନ ଅଧିବେଶନ ସାଢେ ୪ ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ହୋଇଛି। କୋଭିଡ ପାଇଁ ପ୍ରଶ୍ନକାଳ ନ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦ତାରିଖ ଅର୍ଥାତ ଶୀତ ଅଧିବେଶନର ପ୍ରଥମ ଦିନ ଅତିରିକ୍ତ ବଜେଟ ଉପସ୍ଥାପନା ହେବ। ବରିଷ୍ଠ ବିଧାୟକମାନେ ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାଗ ନେଇପାରିବେ। ତେବେ କୋଭିଡ ସ୍ଥିତକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରଣପାତ୍ର ଗଣମାଧ୍ୟକୁ ସୂଚନା ଦେଇଛନ୍ତ।

ସୂଚନା ଅନୁଯାୟୀ, ଶୀତ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ।

Comments are closed.