ଶନିବାର ବିଧାନସଭା ବାଚସ୍ପତି ନିର୍ବାଚନ

ଭୁବନେଶ୍ବର : ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବାଚସ୍ପତି ନିର୍ବାଚନ ପାଇଁ ବିଧାସଭା ସଚିବ ଏକ ନୋଟିସ ଜାରି କରିଛନ୍ତି । ଶନିବାର ଦିନ ୧୧ଟା ବେଳେ ବିଧାନସଭା ଅଧିବେଶନରେ ବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ଭାବେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଏନେଇ ସୂଚନା ଦେଇଛନ୍ତି ।

Comments are closed.