ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର : ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବାଚସ୍ପତି କହିଛନ୍ତି ଯେ, ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଏନେଇ ଆଲୋଚନା ହୋଇଛି। ଗାଇଡଲାଇନ୍ସ ଆସିବା ପରେ ରାଜ୍ୟର କରୋନା ସ୍ଥିତି ଦେଖି ନିଷ୍ପତ୍ତି ଗ୍ରହଣ କରାଯିବ। ପ୍ରଥମେ ଲୋକସଭାର କାର୍ଯ୍ୟ ଦେଖିବା ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।