ପଦ ମର୍ଯ୍ୟାଦା ରଖ

ବିଧାନସଭା ଭଳି ଏକ ବିଚାରବିମର୍ଶ ଓ ନୀତି ନିର୍ଦ୍ଧାରଣକାରୀ ମଞ୍ଚର ଅସମ୍ମାନ ପ୍ରକୃତରେ ଗଣତନ୍ତ୍ରର ଅବମାନନା

ବିଧାନସଭା ବଜେଟ୍‌ ଅଧିବେଶନର ଶେଷ ଦିନରେ ବିଜେପି ବିଧାୟକଙ୍କ ଦ୍ବାରା ଯେଉଁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଆଚରଣ ପ୍ରଦର୍ଶନ କରାଗଲା, ତାହା ଅତି ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ଭିଡିଓ ଦୃଶ୍ୟର ତର୍ଜମା କରିବା ପରେ ଏପରି ଦୁଷ୍ଟାଚରଣ କରିଥିବା ତିନି ଜଣ ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ କରିବା ଅଯଥାର୍ଥ ନୁହେଁ; କାରଣ ଏପରି ଆଚରଣ ଆଦୌ ନିର୍ବାଚିତ ଜନପ୍ରତିନିଧିଙ୍କ ପଦ ମର୍ଯ୍ୟାଦା ଅନୁରୂପ ନୁହେଁ। ବିଶେଷକରି ବିଧାନସଭା ଭଳି ଏକ ବୌଦ୍ଧିକ ବିଚାରଶୀଳ ସାମ୍ବିଧାନିକ ମଞ୍ଚରେ ଗୃହର ମୁଖ୍ୟ ବାଚସ୍ପତିଙ୍କ ଉପରକୁ ଚପଲ୍‌, ମାଇକ୍ରୋଫୋନ୍, ପେନ୍‌ଷ୍ଟାଣ୍ଡ୍‌, ଡଷ୍ଟ୍‌ବିନ ଆଦି ଫୋପାଡ଼ିବା ଅକ୍ଷମଣୀୟ ଓ ଗର୍ହିତ। ଏହା କେବଳ ସଂପୃକ୍ତ ବିଧାୟକମାନଙ୍କ ପଦ ମର୍ଯ୍ୟାଦା ହାନି କରିନାହିଁ, ଗୃହର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ମଧ୍ୟ ଅପମାନିତ କରିଛି। ଚିନ୍ତାର ବିଷୟ ଯେ ପ୍ରତିବାଦ କରିବାକୁ ଯାଇ ଯେଉଁ ବିଧାୟକମାନେ ଏପରି ହିଂସାଚରଣ କରିଛନ୍ତି, ସେମାନେ ନୂଆ ହୋଇ ବିଧାନସଭାକୁ ଆସିନାହାନ୍ତି। ଏମାନେ ସମସ୍ତେ ବରିଷ୍ଠ ଏବଂ ଜଣେ ବିରୋଧୀ ଦଳ ଉପନେତା ଓ ଆରଜଣକ ବିରୋଧୀ ଦଳ ମୁଖ୍ୟ ସଚେତକ। କୌଣସି ରାଜନୈତିକ ସଭା ମଞ୍ଚରେ ବସିଥିବା ନେତାଙ୍କ ଉପରକୁ ଅସନ୍ତୁଷ୍ଟ ଉତ୍‌କ୍ଷିପ୍ତ ନି​‌େ​‌ର୍ବାଧ ଲୋକେ ଜୋତାଚପଲ୍‌ ଫିଙ୍ଗିବାର ଅଭଦ୍ରତା କରିବା ପରି ବାଚସ୍ପତିଙ୍କ ଉପରକୁ ଚପଲଫିଙ୍ଗା ଘଟନାକୁ ସଂପୃକ୍ତ ବିଧାୟକଗଣ ଯଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିବା ସରମହୀନତାର ସୀମା ଲଙ୍ଘନ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ବିଧାୟକମାନଙ୍କ ନିଲମ୍ବନ ପ୍ରତିବାଦରେ ଅର୍ଥାତ ଗୋଟିଏ ଦୃଷ୍ଟିରୁ ଦେଖିଲେ ସେମାନଙ୍କ ହିଂସାତ୍ମକ କାର୍ଯ୍ୟର ସମର୍ଥନରେ ବିଜେପି ନେତୃବୃନ୍ଦ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତିତଳେ ଅହୋରାତ୍ର ଧାରଣା ଦେବା ସବୁଠୁ ବଡ଼ ବିଡ଼ମ୍ବନା। ଫିଙ୍ଗାଫୋପଡ଼ା ନ କରି ବିଜେପି ସଦସ୍ୟମାନେ ପୂର୍ବରୁ ଯଦି ଏପରି ଧାରଣା ଦେଇଥା’ନ୍ତେ, ତେବେ ତାହା ନିଶ୍ଚିତଭାବେ ଅଧିକ ମର୍ଯ୍ୟାଦାପୂର୍ଣ୍ଣ ହୋଇଥା’ନ୍ତା। ଏହି ଅଧିବେଶନରେ ହିଁ ବିଜେପିର ଆଉ ଜଣେ ବିଧାୟକ ସାନିଟାଇଜର୍‌ ପିଇ ଆତ୍ମହତ୍ୟା କରିବା ପାଇଁ ଅପଚେଷ୍ଟା କରି ବିଧାନସଭାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଥିଲେ। କୌଣସି ଜନ ପ୍ରତିନିଧିଙ୍କ ପାଇଁ ଏପରି ଆଚରଣ ଓ କାର୍ଯ୍ୟ ଆଦୌ ଶୋଭା ପାଏନାହିଁ।
ବିରୋଧୀ ଦଳର ଅଭିଯୋଗ ଯେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ବାଚସ୍ପତି ସୁଯୋଗ ଦେଇନାହାନ୍ତି ଏବଂ ତରବରିଆ ଭାବେ କେତୋଟି ବିଲ୍‌କୁ ବାଚନିକ ଭୋଟ୍‌ରେ ଗୃହୀତ କରାଇଛନ୍ତି। ଏଥିରେ ହୁଏତ ସତ୍ୟତା ଥାଇପାରେ; ତେଣୁ ଏହାର ପ୍ରତିବାଦ କରାଯିବା ଅନୁଚିତ ନୁହେଁ; କିନ୍ତୁ ପ୍ରତିବାଦର ମାଧ୍ୟମ କୌଣସି ଜିନିଷପତ୍ର ଫିଙ୍ଗାଫୋପଡ଼ା କି ଧସ୍ତାଧସ୍ତି କରିବା ନୁହେଁ, ବରଂ ବୌଦ୍ଧିକ ପ୍ରତିବାଦ ହେବା ଆବଶ୍ୟକ। ବିଧାନସଭା ଭଳି ଏକ ମର୍ଯ୍ୟାଦାପୂର୍ଣ୍ଣ ଲୋକସାଧାରଣଙ୍କ ସଂପର୍କିତ ପ୍ରସଙ୍ଗଗୁଡ଼ିକର ବିଚାରବିମର୍ଶ ଓ ନୀତି ନିର୍ଦ୍ଧାରଣକାରୀ ମଞ୍ଚର ଅପବ୍ୟବହାର ଏବଂ ଅସମ୍ମାନ ପ୍ରକୃତରେ ଗଣତନ୍ତ୍ରର ଅବମାନନା। ଜନ ପ୍ରତିନିଧିମାନେ କେବଳ ଜନତାର ସେବକ ନୁହନ୍ତି, ନେତା ମଧ୍ୟ; ଅର୍ଥାତ ସେମାନେ ଜନତାଙ୍କ ପ୍ରତିନିଧିଭାବେ ଯେଉଁ ଆଚରଣ ପ୍ରଦର୍ଶନ କରନ୍ତି, ଜନସାଧାରଣ ମଧ୍ୟ ତା’ର ଅନୁକରଣ କରିଥାନ୍ତି। ଆଜିକାଲି ନେତାଙ୍କର ଅନ୍ଧ ଅନୁକରଣକାରୀଙ୍କ ସଂଖ୍ୟା ବେଶି ବଢ଼ିଛି, ଯାହା ଆଉ ଏକ ବିପଦ। ସେ ଯାହାହେଉ, ନେତୃତ୍ବଠାରୁ ଆଦର୍ଶ ଆଶା କରିବା ଅସମୀଚୀନ ନୁହେଁ ଏବଂ ଏଇ ଓଡ଼ିଶାରେ ପୂର୍ବରୁ ନେତାଙ୍କ ଆଦର୍ଶ କ’ଣ ହେବା ଆବଶ୍ୟକ, ତାହାର ଦୃଷ୍ଟାନ୍ତ କମ୍‌ ହେଲେ ମଧ୍ୟ ଆମେ ଦେଖିଛୁ। ଏ କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ନବକୃଷ୍ଣ ଚୌଧୁରୀଙ୍କ ପର୍ଯ୍ୟନ୍ତ, ଅନେକ ନେତା ସେହି କାରଣରୁ ଆମର ନିତ୍ୟସ୍ମରଣୀୟ ହୋଇ ରହିଛନ୍ତି। ଅନ୍ତତଃ ସେହିପରି ଆଦର୍ଶବାନ ନହେଲେ ହେଁ ଜନପ୍ରତିନିଧିଙ୍କଠାରୁ ସଂଯତ, ଭଦ୍ର, ଶାଳୀନ ଆଚରଣ ଓ ଉଚ୍ଚାରଣ ଆଶା କରାଯାଏ। ଏପରି ହିଂସାତ୍ମକ ଆଚରଣ କରୁଥିବା ନେତୃବୃନ୍ଦଙ୍କୁ ନେଇ ଓଡ଼ିଶାର ଭବିଷ୍ୟ ନିର୍ମାଣର ସ୍ବପ୍ନ ଦେଖିବା ଓ ଦେଖାଇବା ବାସ୍ତବିକ ଶୋଚନାର ବିଷୟ।
କେବଳ ଓଡ଼ିଶା ନୁହେଁ, ଭାରତର ବିଭିନ୍ନ ରାଜ୍ୟର ବିଧାନସଭାରେ ବିଧାୟକମାନେ ଯେପରି ପରସ୍ପର ଭିତରେ ଧସ୍ତାଧସ୍ତି ହେବା ସହ ଗାଳିଗୁଲଜ, ଫିଙ୍ଗାଫୋପଡ଼ା ଆଦି କରୁଛନ୍ତି, ତାହା ନିହାତି ଅଶୋଭନୀୟ ଓ ଲଜ୍ଜାଜନକ। ଗତ ମାସରେ ବିହାର ବିଧାନସଭାରେ ମଧ୍ୟ ଏପରି ଘଟନା ଦେଖିବାକୁ ମିଳିଥିଲା ଏବଂ ବିଜେପି ଓ ଆର୍‌ଜେଡି ବିଧାୟକମାନେ ବିଧାନସଭା ଭିତରେ କୁସ୍ତି ଲଢ଼ାଲଢ଼ି ହୋଇ ଗାଳିଗୁଲଜ କରିଥିଲେ। ଜନ ପ୍ରତିନିଧିମାନେ ଯେ ଅଜ୍ଞତା ବଶତଃ ଏପରି କରୁଛନ୍ତି ତାହା ନୁହେଁ। ଅନେକ ସମୟରେ ଜାଣିଶୁଣି ନିଜର ବଡ଼ିମା ପ୍ରଦର୍ଶନ ପାଇଁ ବା ଲୋକପ୍ରିୟତା ହାସଲ ନିମନ୍ତେ ମଧ୍ୟ ସେମାନେ ଏପରି ଅପକର୍ମର ସାହାରା ନେଉଛନ୍ତି, ଯାହା ଆଦୌ ସ୍ପୃହଣୀୟ ନୁହେଁ। ଜନସାଧାରଣ ଏପରି ଅଗଣତାନ୍ତ୍ରିକ ଆଚରଣ ଦେଖାଉଥିବା ନେତୃବୃନ୍ଦଙ୍କୁ ଅଗ୍ରାହ୍ୟ କରିବା ଉଚିତ ହେବ।ବାକୁ ବାଚସ୍ପତି ସୁଯୋଗ ଦେଇନାହାନ୍ତି ଏବଂ ତରବରିଆ ଭାବେ କେତୋଟି ବିଲ୍‌କୁ ବାଚନିକ ଭୋଟ୍‌ରେ ଗୃହୀତ କରାଇଛନ୍ତି। ଏଥିରେ ହୁଏତ ସତ୍ୟତା ଥାଇପାରେ; ତେଣୁ ଏହାର ପ୍ରତିବାଦ କରାଯିବା ଅନୁଚିତ ନୁହେଁ; କିନ୍ତୁ ପ୍ରତିବାଦର ମାଧ୍ୟମ କୌଣସି ଜିନିଷପତ୍ର ଫିଙ୍ଗାଫୋପଡ଼ା କି ଧସ୍ତାଧସ୍ତି କରିବା ନୁହେଁ, ବରଂ ବୌଦ୍ଧିକ ପ୍ରତିବାଦ ହେବା ଆବଶ୍ୟକ। ବିଧାନସଭା ଭଳି ଏକ ମର୍ଯ୍ୟାଦାପୂର୍ଣ୍ଣ ଲୋକସାଧାରଣଙ୍କ ସଂପର୍କିତ ପ୍ରସଙ୍ଗଗୁଡ଼ିକର ବିଚାରବିମର୍ଶ ଓ ନୀତି ନିର୍ଦ୍ଧାରଣକାରୀ ମଞ୍ଚର ଅପବ୍ୟବହାର ଏବଂ ଅସମ୍ମାନ ପ୍ରକୃତରେ ଗଣତନ୍ତ୍ରର ଅବମାନନା। ଜନ ପ୍ରତିନିଧିମାନେ କେବଳ ଜନତାର ସେବକ ନୁହନ୍ତି, ନେତା ମଧ୍ୟ; ଅର୍ଥାତ ସେମାନେ ଜନତାଙ୍କ ପ୍ରତିନିଧିଭାବେ ଯେଉଁ ଆଚରଣ ପ୍ରଦର୍ଶନ କରନ୍ତି, ଜନସାଧାରଣ ମଧ୍ୟ ତା’ର ଅନୁକରଣ କରିଥାନ୍ତି। ଆଜିକାଲି ନେତାଙ୍କର ଅନ୍ଧ ଅନୁକରଣକାରୀଙ୍କ ସଂଖ୍ୟା ବେଶି ବଢ଼ିଛି, ଯାହା ଆଉ ଏକ ବିପଦ। ସେ ଯାହାହେଉ, ନେତୃତ୍ବଠାରୁ ଆଦର୍ଶ ଆଶା କରିବା ଅସମୀଚୀନ ନୁହେଁ ଏବଂ ଏଇ ଓଡ଼ିଶାରେ ପୂର୍ବରୁ ନେତାଙ୍କ ଆଦର୍ଶ କ’ଣ ହେବା ଆବଶ୍ୟକ, ତାହାର ଦୃଷ୍ଟାନ୍ତ କମ୍‌ ହେଲେ ମଧ୍ୟ ଆମେ ଦେଖିଛୁ। ଏ କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ନବକୃଷ୍ଣ ଚୌଧୁରୀଙ୍କ ପର୍ଯ୍ୟନ୍ତ, ଅନେକ ନେତା ସେହି କାରଣରୁ ଆମର ନିତ୍ୟସ୍ମରଣୀୟ ହୋଇ ରହିଛନ୍ତି। ଅନ୍ତତଃ ସେହିପରି ଆଦର୍ଶବାନ ନହେଲେ ହେଁ ଜନପ୍ରତିନିଧିଙ୍କଠାରୁ ସଂଯତ, ଭଦ୍ର, ଶାଳୀନ ଆଚରଣ ଓ ଉଚ୍ଚାରଣ ଆଶା କରାଯାଏ। ଏପରି ହିଂସାତ୍ମକ ଆଚରଣ କରୁଥିବା ନେତୃବୃନ୍ଦଙ୍କୁ ନେଇ ଓଡ଼ିଶାର ଭବିଷ୍ୟ ନିର୍ମାଣର ସ୍ବପ୍ନ ଦେଖିବା ଓ ଦେଖାଇବା ବାସ୍ତବିକ ଶୋଚନାର ବିଷୟ।
କେବଳ ଓଡ଼ିଶା ନୁହେଁ, ଭାରତର ବିଭିନ୍ନ ରାଜ୍ୟର ବିଧାନସଭାରେ ବିଧାୟକମାନେ ଯେପରି ପରସ୍ପର ଭିତରେ ଧସ୍ତାଧସ୍ତି ହେବା ସହ ଗାଳିଗୁଲଜ, ଫିଙ୍ଗାଫୋପଡ଼ା ଆଦି କରୁଛନ୍ତି, ତାହା ନିହାତି ଅଶୋଭନୀୟ ଓ ଲଜ୍ଜାଜନକ। ଗତ ମାସରେ ବିହାର ବିଧାନସଭାରେ ମଧ୍ୟ ଏପରି ଘଟନା ଦେଖିବାକୁ ମିଳିଥିଲା ଏବଂ ବିଜେପି ଓ ଆର୍‌ଜେଡି ବିଧାୟକମାନେ ବିଧାନସଭା ଭିତରେ କୁସ୍ତି ଲଢ଼ାଲଢ଼ି ହୋଇ ଗାଳିଗୁଲଜ କରିଥିଲେ। ଜନ ପ୍ରତିନିଧିମାନେ ଯେ ଅଜ୍ଞତା ବଶତଃ ଏପରି କରୁଛନ୍ତି ତାହା ନୁହେଁ। ଅନେକ ସମୟରେ ଜାଣିଶୁଣି ନିଜର ବଡ଼ିମା ପ୍ରଦର୍ଶନ ପାଇଁ ବା ଲୋକପ୍ରିୟତା ହାସଲ ନିମନ୍ତେ ମଧ୍ୟ ସେମାନେ ଏପରି ଅପକର୍ମର ସାହାରା ନେଉଛନ୍ତି, ଯାହା ଆଦୌ ସ୍ପୃହଣୀୟ ନୁହେଁ। ଜନସାଧାରଣ ଏପରି ଅଗଣତାନ୍ତ୍ରିକ ଆଚରଣ ଦେଖାଉଥିବା ନେତୃବୃନ୍ଦଙ୍କୁ ଅଗ୍ରାହ୍ୟ କରିବା ଉଚିତ ହେବ।

Comments are closed.