ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କର ହେବ ନମୁନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟ ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀମାନଙ୍କର କରୋନା ନମୁନା ପରୀକ୍ଷା କରାଯିବ ବୋଲି  ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତେବେ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଧାନସଭା ଅଧିବେଶନ କେବେ ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇନାହିଁ।
ଡକ୍ଟର ପାତ୍ର କହିଛନ୍ତି, ଯେ ବିଧାନସଭା ଅଧିବେଶନ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନମୁନା ପରୀକ୍ଷା କରାଯିବ। ନେଗେଟିଭ ରିପୋର୍ଟ ଆସିଲେ ହିଁ ଯାହାକୁ ବିଧାନସଭା ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି।

 

Comments are closed.