ସେପ୍ଟେମ୍ବରରେ ବସିବ ବିଧାନସଭା:ବାଚସ୍ପତି

ଭୁବନେଶ୍ବର: ଆସନ୍ତା ବିଧାନସଭା ଅଧିବେଶନ ସେପ୍ଟେମ୍ବର ମାସରେ ବସିବ। ଏଥିନେଇ ବିଚାର ବିମର୍ଶ ଚାଲିଛି। ଲୋକସଭା ବାଚସ୍ପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ବିଧାନସଭା ଅଧିନେବଶ ଅନୁଷ୍ଠିତ ହେବ। ଏହି ଅଧିବେଶନରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରସୂଚନା ଦେଇଛନ୍ତି।

ବିଧାନସଭା ଅଧିବେଶନନେଇ ବାଚସ୍ପତି ସୂର୍ଯ୍ୟ ପାତ୍ର କହିଛନ୍ତି ଯେ ପ୍ରେସ୍‌ ଗ୍ୟାଲେରିରେ ବିଧାୟକ ବସିପାରନ୍ତି। ଗତ ମାର୍ଚ୍ଚରେ ବସିଥିଲା, ଆଇନ ଅନୁସାରେ ୬ ମାସରେ ପୁଣି ବସିବା କଥା। ଆସନ୍ତା ସେପ୍ଟେମ୍ବରକୁ ୬ ମାସ ହେଉଛି, ତେଣୁ ସେପ୍ଟେମ୍ବର ମାସରେ ବିଧାନସଭା ଅଧିବେଶନ ଜରୁରୀ। ଏ ନେଇ ବାଚସ୍ପତିଙ୍କ ସହ ଯୋଗାଯୋଗରେ ଅଛି। ସଂସଦ ନିୟମାନୁସାରେ ସଦସ୍ୟଙ୍କ ମଧ୍ୟରେ ୧୦ଫୁଟ ଦୂରତା ଜରୁରୀ। ବିଧାନସଭା ଭିତର ସହ ଦର୍ଶକ ଗ୍ୟାଲେରିରେ ଦୂରତ୍ବ ରହିପାରିବ। ଏମିତି ହେଲେ ଗଣମାଧ୍ୟମ ଓ ଦର୍ଶକ ବିଧାନସଭା ଯାଇପାରିବେ ନାହିଁ। ଲୋକସଭା ବାଚସ୍ପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରାଯିବ। ସେମାନଙ୍କ ପରାମର୍ଶ ଅନୁସାରେ ଯାହା ନିଷ୍ପତ୍ତି ହେବ, ସେହି ଅନୁଯାୟୀ ଅଧିବେଶନ ବସିବ।

Comments are closed.