ସ୍ବାସ୍ଥ୍ୟ ବିଭାଗ ନିକଟରେ ନାହିଁ ସମ୍ବଲପୁର ଜିଲାର କରୋନା ସଂକ୍ରାନ୍ତ ରିପୋର୍ଟ

ଭୁବନେଶ୍ୱର: – ବିଗତ ଛଅ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ମହାମାରୀ କରୋନାର ତାଣ୍ଡବ । ବିଶ୍ଵର ବିଭିନ୍ନ ଦେଶ ସହ ଭାରତର ଅର୍ଥନୀତି ଦୋହଲି ଯାଇଛି । କରୋନା ମୁକାବିଲା ପାଇଁ ବିପୁଳ ଅର୍ଥ ଖର୍ଚ ହେଉଛି । ଓଡ଼ିଶା ସରକାର ମଧ୍ୟ କରୋନା ନିମନ୍ତେ ବିପୁଳ ଅର୍ଥ ଖର୍ଚ କରିଥିବା କହୁଛନ୍ତି । ମାତ୍ର କେଉଁଠି କେତେ ଖର୍ଚ ହୋଇଛି, କେଉଁ ବାବଦରେ ଅର୍ଥ ବ୍ୟୟ ହୋଇଛି ତାହାର ହିସାବ ସ୍ବାସ୍ଥ୍ୟ ବିଭାଗ ଦେଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ।

ଶ୍ରୀ ନାୟକ ସମ୍ବଲପୁର ଜିଲାରେ କରୋନା ସଂକ୍ରାନ୍ତ ଏକ ପ୍ରଶ୍ନ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପଚାରିିଥିଲେ । ନିୟମ ଅନୁଯାୟୀ ଗତ ୧୫ ଦିନ ପୂର୍ବରୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ସ୍ବାସ୍ଥ୍ୟ ବିଭାଗ ସମର୍ଥ ହୋଇନାହିଁ ଓ ତଥ୍ୟ ସଂଗ୍ରହ ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ ପ୍ରଯୁକ୍ତି ବିଜ୍ଞାନ ଓ ଡିଜିଟାଲ କାର୍ଯ୍ୟଶୈଳୀ ଯୋଗୁଁ ଦୁନିଆଁ କେଉଁଠି ଯାଇ କେଉଁଠି ପହଞ୍ଚିଲାଣି । କ୍ଷଣିକ ଭିତରେ କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି ଅନେକ ପ୍ରକାର ତଥ୍ୟ ସଂଗ୍ରକ୍ଷଣ ଓ ସଂଗ୍ରହ । ବିଶେଷ କରି ସରକାରୀ ବିଭାଗରେ କୋଟି କୋଟି ଟଙ୍କା ବ୍ୟୟ କରି  ଅତ୍ୟାଧୁନିକ କମ୍ପ୍ୟୁଟର କିଣିଛନ୍ତି, କର୍ମଚାରୀଙ୍କ ବେତନ ବାବଦରେ କୋଟି କୋଟି ଟଂକା ବ୍ୟୟ କରୁଛନ୍ତି । ୫-ଟି ଓ ମୋ ସରକାର ସ୍ବଚ୍ଛତା ଅବଲମ୍ବନ ଉପରେ ଗୁରୁତ୍ଵ ଦେଉଛନ୍ତି । ମାତ୍ର କରୋନା ପରି ସ୍ପର୍ଶକାତର ପ୍ରସଙ୍ଗରେ ୫ଟି ପ୍ରଶ୍ନର ମିଳୁନାହିଁ ବୋଲି ନାଉରୀ କହିଛନ୍ତି ।

Comments are closed.