ବିଧାନସଭାରେ ମଣ୍ଡି ଅବବ୍ୟସ୍ଥା ପ୍ରସଙ୍ଗ, ଚାଲି ପାରିଲାନି ଶୂନ୍ୟକାଳ

ଭୁବନେଶ୍ବର: ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗରେ ମନ୍ତ୍ରୀ ବିବୃତି ଦିଅନ୍ତୁ, ନଚେତ ତାଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବି କରି ଅଡ଼ି ବସିଛନ୍ତି। ଫଳରେ ବିଧାନସଭାରେ ଶୂନ୍ୟକାଳ ଚାଲି ପାରିଲା ନାହିଁ।
ଆଜି ବିଧାନସଭାରେ ଆଜି ପୁଣି ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠିଛି। ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଚେତାଵନୀ ଦେଇଥିବାବଳେ ବିଜେପିର ଅନ୍ୟ ସଦସ୍ୟମାନେ ବି ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଛନ୍ତି।
ଅପରପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହ ମଧ୍ୟ ଭାଗରେ ଧାରଣାରେ ବସିଛନ୍ତି। କଂଗ୍ରେସର ଅନ୍ୟ ବିଧାୟକମାନେ ମଧ୍ୟ ପ୍ରତିବାଦ କରି ଧାରଣା ଦେଇଛନ୍ତି।

Comments are closed.