ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟ

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର : ଶୁକ୍ରବାର ରାଜ୍ୟ ବିଧାନଶଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗୃହରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୦-୨୧ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଦେଢ଼ ଲକ୍ଷ କୋଟି ଟଙ୍କାର ମୂଳ ବଜେଟ ଥିବାବେଳେ କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ମୂଳ ବଜେଟରେ ବ୍ୟୟବରାଦ ଅର୍ଥକୁ ପୁନଃ ଆବଣ୍ଟିତ କରିଛନ୍ତି।

ଆଜି ବିଧାନସଭାରେ ଉପସ୍ଥାପତି ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟରେ ସ୍ବାସ୍ଥ୍ୟ, ଗ୍ରାମୀଣ ରୋଜଗାର, ଖାଦ୍ୟ ନିରାପତ୍ତା ଓ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି।

– ସ୍ବାସ୍ଥ ବିଭାଗ ପାଇଁ ୧୭୬୮.୭୭ କୋଟି ଟଙ୍କାର ବୟବରାଦ

– ପଞ୍ଚାୟତରାଜ ପାଇଁ ୨୦୪୬.୧୧ କୋଟିର ବୟବରାଦ

– ଖାଦ୍ୟ ଯୋଗାଣ ପାଇଁ ୧୦୭୮.୩୦ କୋଟିର ବୟବରାଦ

– ଅର୍ଥ ବିଭାଗ ପାଇଁ  ୨୩୬୩.୦୪ କୋଟିର ବୟବରାଦ

– ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୧୪୮୪.୨୨ କୋଟିର ବୟବରାଦ

ସୂଚନାଯୋଗ୍ୟ ଆଜି ରାଜ୍ୟ ବିଧାନଶଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ  ଦିବଂଗତ ନେତା ଓ କରୋନା ଯୋଦ୍ଧା ପ୍ରତି ଶୋକ ବ୍ୟକ୍ତ ପରେ ଗୃହକୁ ମୁଲତବୀ ରଖାଯାଇଥିଲା ।  ମୁଲତବୀ ପରେ ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ। ହାଜତ ମୃତ୍ୟୁ ଅଭିଯୋଗ ନେଇ ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା ପରେ ଗୃହକୁ ୧୫ ମିନିଟ ମୁଲତବି କରାଯାଇଥିଲା।  ସ୍ବାଭାବିକ ପରିସ୍ଥିତକୁ ଆଣିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୩୦ ମିନିଟ ମୁଲତବି ରଖିଥିଲେ। ହେଲେ କୌଣସି ଫଳପ୍ରଦ ହୋଇ ନ ଥିଲା । ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହରେ  ୫ଟି ବିଲ୍ ଉପସ୍ଥାପନ କରାଯାଇଥିଲା। ୨୦୨୦-୨୧ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଥିଲା।  ଅତିରିକ୍ତ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ଉପସ୍ଥାପନା କରିବା ପରେ ଆସନ୍ତା କାଲି ଯାଏଁ ଗୃହକୁ  ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

 

 

 

 

Comments are closed.