ମାହାଙ୍ଗା ଡବଲ ମର୍ଡରକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ଵର: ସୋମବାର ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ତାତି ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ସରକାରଙ୍କୁ ଘେରିଥିଲା। ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲି ଆସି ପାଟିତୁଣ୍ଡ କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସଦସ୍ୟମାନଙ୍କୁ ଶାନ୍ତ ରହି ନିଜ ନିଜ ଆସନରେ ବସିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ସଦସ୍ୟମାନେ କିଛି ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

Comments are closed.