ଦୁର୍ନୀତି ପାଇଁ ଲଟେରୀ ଥୋପ: ଅବକାରୀ ନୀତିରେ ପରିବର୍ତନ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କଲେ ଜୟ ନାରାୟଣ

ଅବକାରୀ ନୀତିରେ ପରିବର୍ତ୍ତନ ଦ୍ୱାରା ରାଜ୍ୟକୁ ବିପୁଳ ଭାବେ ରାଜସ୍ୱ କ୍ଷତି ହେବ। ଏହା କାହା ସ୍ୱାର୍ଥରେ କରାଯାଉଛି ବୋଲି ଆଜି ବିଧାନସଭାରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଦୁର୍ନୀତି କରିବା ପାଇଁ ନୂଆ ନୂଆ ନୀତି ତିଆରି କରୁଛନ୍ତି। ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଜରିଆରେ ଶ୍ରୀ ମିଶ୍ର କହିଛନ୍ତି ଯେ ଲଟେରୀ ବ୍ୟବସ୍ଥାରେ ବାହାର ରାଜ୍ୟର ମଦବେପାରୀମାନେ ଲାଭବାନ ହେବେ ଏବଂ ଓଡିଶାକୁ ବିପୁଳ ମାତ୍ରାରେ ରାଜସ୍ୱ କ୍ଷତି ହେବ।

ସେ କହିଛନ୍ତି ଯେ ଅବକାରୀ କମିଶନର ଭାବେ ଜଣେ ଆଇଏଏସଙ୍କୁ ଦାୟିତ୍ୱ ଦେବାର ବ୍ୟବସ୍ଥା ଥିବାବେଳେ ଆଶୀଷ ସିଂହଙ୍କ ଭଳି ଜଣେ ଆଇପିଏସଙ୍କୁ ଏହି ଦାୟିତ୍ୱରେ କାହିଁକି ରଖାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ସୁଶୀଲ ଲୋହାନୀଙ୍କୁ ଅବକାରୀ କମିଶନର ଭାବେ କିପରି ଦାୟିତ୍ୱ ଦିଆଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

Comments are closed.