ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ – ପ୍ରଚାର ଜୋରଦାର

ସମାଜ ପୋର୍ଟାଲ ଡେସ୍କ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ମତଦାନ କାର୍ଯ୍ୟ ଆଉ ୪୮ ଘଣ୍ଟାରୁ କମ୍‍ ସମୟ ରହିଥିବାବେଳେ ଶେଷ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ଜୋର୍‍ଦାର ହୋଇଛି। ମତଦାତାଙ୍କୁ ପ୍ରଭାବିତ କରିବାପାଇଁ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବି.ଜେ.ପି. ନେତା ନରେନ୍ଦ୍ର ମୋଦୀ ଶନିବାର ହରିୟାଣାର ଗୋହନା ଓ ହିସାରଠାରେ ନିର୍ବାଚନ ସଭାରେ ଉଦବୋଧନ ଦେବେ। ବି.ଜେ.ପି.ର ବରିଷ୍ଠ ନେତା ରାଜନାଥ ସିଂହ ମଧ୍ୟ ବିଭିନ୍ନ ସ୍ଥାନରେ ର‍୍ୟାଲି କରିବେ। ମହେନ୍ଦ୍ରଗଡ଼ଠାରେ କଂଗ୍ରେସ ନେତା ରାହୁଲ୍‍ ଗାନ୍ଧି ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଆଇ.ଏନ୍‍.ଏଲ୍‍.ଡି., ଜନନାୟକ ଜନତା ପାର୍ଟି ଓ ବି.ଏସ୍‍.ପି.ର ନୋତାମାନେ ମଧ୍ୟ ବିଭିନ୍ନ ସଭାରେ ଯୋଗ ଦେବେ।

ମହାରାଷ୍ଟ୍ରରେ ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବି.ଜେ.ପି. ନେତା ନରେନ୍ଦ୍ର ମୋଦୀ ପୁଣେଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇଥିଲେ। ୩୭୦ ଧାରା ଉଚ୍ଛେଦଦ୍ୱାରା କେବଳ କାଶ୍ମୀର ନୁହେଁ ସମଗ୍ର ଦେଶ ଉପକୃତ ହେବା ସହିତ ଏକ ଦୃଢ଼ ଏବଂ ଅଖଣ୍ଡ ଭାରତ ଗଠନ ହୋଇପାରିଥିବା ସେ କହିଥିଲେ। ଯୁବକମାନଙ୍କୁ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ କରିବା ସହିତ ତାଙ୍କ ସରକାର ଯୁବ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

Comments are closed.