ଛତିଶଗଡ଼ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ପ୍ରଚାର ଶେଷ, ମଙ୍ଗଳବାର ମତଦାନ

0

ଛତିଶଗଡ଼ ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ୧୯ଟି ଜିଲ୍ଲାର ୭୨ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମଙ୍ଗଳବାର ମତଦାନ କରାଯିବ। ଭୋଟରମାନଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାସମନ୍ଦ୍‍ଠାରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏକ ନିର୍ବାଚନ ସଭାରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଛନ୍ତି।
ମୋଟ୍‍ ୧୧୦୧ ଜଣ ପ୍ରାର୍ଥୀ ଏହି ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଦୌଡ଼ରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ଟି ମାଓ ପ୍ରଭାବିତ ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ମୋଟ ୭୫.୯୩% ମତଦାନ ହୋଇଥିଲା।

Leave A Reply