୨୦ ଦିନ ଆଗରୁ ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ

 

ଭୁବନେଶ୍ୱର – ୨୦ ଦିନ ଆଗରୁ ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଛି । ଚଳିତ ଅଧିବେଶନରେ ଗୋଟିଏ ଦିନ ବି ବିଧାନସଭା ଠିକ୍‌ ଭାବେ ଚାଲି ପାରିଲାନି । ମମିତା ହତ୍ୟାକାଣ୍ଡ ଘଟଣାରେ ବିରୋଧ ଏବଂ ଶାସକ ଦଳଙ୍କ ମଧ୍ୟରେ ପାଟି ତୁଣ୍ଡ ହୋ ହଲ୍ଲା ହୋଇଥିଲା ।

୨୦ ଦିନ ଆଗରୁ ବାଚସ୍ପତି ବିଧାନସଭାର ଶୀତ ଅଧିବେଶନକୁ ମୁଲତବୀ ଘୋଷଣା କରିଛନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ମୁଲତବୀ ପ୍ରସ୍ତାବ ଆଣିଥିଲେ ।

ଏହାର ବିରୋଧରେ ବିରୋଧି ବିଜେପି ଏବଂ କଂଗ୍ରେସର ନେତାମାନେ ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତୀତଳେ ଧାରଣ ଦେଇଛନ୍ତି । ଏହି ନିଷ୍ପତ୍ତି ବିରୋଧରେ ସେମାନେ ଲୋକଙ୍କ ପାଖକୁ ନେଇକରି ଯିବେ ବୋଲି ବିରୋଧି ଦଳର ନେତାମାନେ ପ୍ରକାଶ କରିଛନ୍ତି ।

Comments are closed.