୩ୟ କରୋନା ରୋଗୀ ସଂସ୍ପର୍ଶରେ ବିଧାନସଭା କର୍ମଚାରୀ : କନଭେନସନ୍ ହଲକୁଯିବ ବିଧାନସଭା

ଭୁବନେଶ୍ବର : କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର କରାଯାଇଛି । ବିଧାନସଭା କାର୍ଯ୍ୟସୂଚି ମାର୍ଚ୍ଚ ୩୧ ପରିବର୍ତ୍ତେ ୩୦ରେ ବ୍ୟୟ ମଞ୍ଜୁରୀ ବିଲ ଆସିଥାନ୍ତା । ହେଲେ ୩ୟ ପଜିଟିଭ କରୋନା ରୋଗୀ ଚିହ୍ନଟପରେ ଜଣାଯାଇଛି ଯେ,  ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି। ସେଥିପାଇଁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବ। ସେଥିପାଇଁ ବିଧାନସଭା କୋଠାରେ ବିଧାନସଭା ନ କରିବାକୁ ନିଷ୍ପତ୍ତି ହୋଇଛି । କନଭେନସନ ହଲରେ ୨ ମିଟର ଅନ୍ତରରେ ବିଧାୟକମାନେ ବସିବେ ବୋଲି ନିଷ୍ପତ୍ତି ହୋଇଛି। କେତେ ବିଧାୟକ ବିଧାନସଭା ଆସିବେ ନେତାମାନଙ୍କୁ କୁହାଯାଇଛି। ସେମାନଙ୍କ ୩୦ % ବିଧାୟକଙ୍କୁ ବିଧାନସଭାକୁ ଆଣିବାକୁ କୁହାଯାଇଥିବା ବେଳେ ଏହି ସମୟରେ ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇ କହିଛନ୍ତି।

Comments are closed.