ଛଅ ମାସରେ ୬ ଶହ ନାବାଳିକାଙ୍କ ସହ ଦୁଷ୍କର୍ମ

ଭୁବନେଶ୍ୱର: ଚଳିତବର୍ଷର ଛଅ ମାସ ମଧ୍ୟରେ ରାଜ୍ୟରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦୈନିକ ପ୍ରାୟ ୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଗତବର୍ଷ ମୋଟ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ୧୪୩୦ ନାବାଳିକା ଦୁଷ୍କର୍ମ ମାମଲା ରହିଛି। ଗତବର୍ଷ ଦୈନିକ ୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ବୋଲି ଗୃହରେ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ବିଦ୍ୟଶଙ୍କର ମିଶ୍ର ବିଧାନସଭାରେ ତଥ୍ୟ ଉପସ୍ଥାପନା କରିଛନ୍ତି।

Comments are closed.