ବିଧାନ ସଭାରେ ଭାରତ ବନ୍ଦର ପ୍ରଭାବ, ଆସନ୍ତା କାଲି ଯାଏଁ ଗୃହ ମୁଲତବୀ

0

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଭାରତ ବନ୍ଦର ଆହ୍ବନ ଦିଆଯାଇ ଥିବା ବେଳେ ବିଧାନ ସଭାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୋମବର ବିଧାନସଭା ଆରମ୍ଭ ମାତ୍ରେ ହିଁ କଂଗ୍ରେସ ବିଧାୟକମାନେ ତୈଳଦର ବୃଦ୍ଧି ପ୍ରତିବାଦରେ ଗୃହରେ ହୋହାଲ୍ଲା କରିବା ସହ ସ୍ଲେଗାନ ଦେଇଥିଲେ । ଚାରା ଓ ସମବାୟ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେପିକର୍ମୀମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ଆରମ୍ଭ ହୋଇ ପାରି ନଥିଲା। ବାଚସ୍ପତି ବାଧ୍ୟ ହୋଇ ଆସନ୍ତାକାଲି ପର୍ୟ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ।  ଭାରତ ବନ୍ଦ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୪ ମିନିଟ୍ ୨ ସେକେଣ୍ଡ ବିଳମ୍ବରେ ପହଞ୍ଚିଥିଲେ ।

ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାନସଭା ସମ୍ମୁଖରେ କଂଗ୍ରେସ ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି । ହେଲେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଚସ୍ପତି , ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭାକୁ ଆସିଥିଲେ।

Leave A Reply