ଏଥର ରହିବ ପ୍ରଶ୍ନକାଳ, ପ୍ରତିଦିନ ସାନିଟାଇଜ ହେବ ବିଧାନସଭା : ବାଚସ୍ପତି

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୧୮ ତାରିଖରୁ ଓଡ଼ିଶା ବିଧାନସଭା ଆରମ୍ଭ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଚଳିତ ଥର ପ୍ରଶ୍ନକାଳ ରହିବ ଓ ଏଥର ମୋଟ୍ ୩୧ ଦିନିଆ କାର୍ଯ୍ୟଦିବସ ରହିଛି ବୋଲି ବୋଲି ଜଣାପଡ଼ିଛି।


ଆସନ୍ତା ୧୮ରୁ ବିଧାନସଭା ବଜେଟ୍ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଚଳିତଥର ପ୍ରଶ୍ନକାଳ ରହିବ। ଏଥର ୩୧ ଦିନିଆ କାର୍ଯ୍ୟ ଦିବସ ରହିଥିବାବେଳେ ୨୨ରେ ବଜେଟ ଉପସ୍ଥାପନ କରାଯିବ ଏବଂ ୨୫ରେ ଆଲୋଚନା ହେବ। ବିଧାନସଭାରେ କୋଭିଡ୍‌ କଟକଣା ରହିବ। କିନ୍ତୁ କିଛି ନିୟମ କୋହଳ ହେବ। ବିଧାନସଭା ଯିବା ପୂର୍ବରୁ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ ନୁହେଁ। ଯେଉଁମାନଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବ ସେମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହେବ। ବିଧାୟକ କିମ୍ବା ମନ୍ତ୍ରୀ ଚାହିଁଲେ ଭିଡିଓ କନ୍‌ଫରେନ୍‌ସିଂରେ ନିଜ ଅଫିସ୍‌ରୁ ଉପସ୍ଥିତ ରହିପାରିବେ। ପ୍ରତିଦିନ ବିଧାନସଭା ସାନିଟାଇଜ ହେବ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି।

Comments are closed.