ଖେଳରତ୍ନ ପାଇଁ ହିମା ଦାସଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ନିମନ୍ତେ ମହିଳା ସ୍ପ୍ରିଣ୍ଟର୍‌ ହିମା ଦାସଙ୍କ ନାମ ସୁପାରିସ କରିଛନ୍ତି ଆସାମ ସରକାର। ହିମା ଆସାମ ବାସିନ୍ଦା ହୋଇଥିବାରୁ ଖେଳରତ୍ନ ପୁରସ୍କାର ନିମନ୍ତେ ତାଙ୍କ ନାମ ସୁପାରିସ କରି ଆସାମ କ୍ରୀଡ଼ା ସଚିବ ଦୁଲାଲ୍‌ ଚନ୍ଦ୍ର ଦାସ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ପତ୍ର ଲେଖିଛନ୍ତି। ୨୦ ବର୍ଷୀୟା ହିମା ଆସାମର ଧିଙ୍ଗ୍‌ ଗ୍ରାମ ବାସିନ୍ଦା। ହିମା ୨୦୧୮ରେ ଫିନ୍‌ଲାଣ୍ଡରେ ଆୟୋଜିତ ୨୦ ବର୍ଷରୁ କମ୍‌ ବିଶ୍ବ ଚମ୍ପିଆନ୍‌ସିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାବାଦ୍‌ ସେ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଏକାଧିକ ପଦକ ଜିତିଥିଲେ। ହିମା ୨୦୧୮ରେ ଅର୍ଜୁନ ପୁରସ୍କାର ଜିତିଥିଲେ।

Comments are closed.