ଗିଲୋଟିନ ମାଧ୍ୟମରେ ୨୪ଟି ବିଭାଗର ଖର୍ଚ୍ଚଦାବି ଗୃହୀତ

0

ଭୁବନେଶ୍ୱର : ବିଧାନସଭାରେ ଆଲୋଚନା ପରିସରକୁ ଆସିପାରି ନଥିବା ୨୪ଟି ବିଭାଗର ଖର୍ଚ୍ଚଦାବି ଶନିବାର ଗିଲୋଟିନ ଜରିଆରେ ଗୃହୀତ ହୋଇଛି। ଅର୍ଥ ବାଣିଜ୍ୟ, ଓଡ଼ିଶା ବିଧାନସଭା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା, କ୍ରୀଡ଼ା ଓ ଯୁବ ସେବା, ସାଧାରଣ ଅଭିଯୋଗ ଓ ପେନସନ, ପରିବହନ, ଜଙ୍ଗଲ ଓ ପରିବେଶ, ଇସ୍ପାତ ଓ ଖଣି ବିଭାଗ, ସୂଚନା ଓ ଲୋକ ସମ୍ପର୍କ, ଅବକାରୀ, ବିଜ୍ଞାନ ଓ ବୈଷୟିକ, ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, ପର୍ଯ୍ୟଟନ, ମତ୍ସ୍ୟ ଓ ପଶୁ ସମ୍ପଦ, ସରକାରୀ ଉଦ୍ୟୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବିପର୍ଯ୍ୟୟ ପରିଚାଳନା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ମାଧ୍ୟମରେ ଗୃହୀତ ହେଲା ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଏହା ପୂର୍ବରୁ ବିଧାନସଭାରେ ୧୯ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ମାଧ୍ୟମରେ ପାରିତ ହୋଇଥିଲା।

Leave A Reply