ଆପ୍‍ ଛାଡ଼ିଲେ ଆଶିଷ ଖୈତାନ

0

ନୂଆଦିଲ୍ଲୀ : ଆମ୍‍ ଆଦମୀ ପାର୍ଟି (ଆପ୍‍)ର ବରିଷ୍ଠ ନେତା ଆଶିଷ ଖୈତାନ ବୁଧବାର ଦଳ ଛାଡିଛନ୍ତି। ଦଳ ଛାଡିବା ନେଇ ଆଶିଷ ତାଙ୍କ ଫେସବୁକ୍‍ରେ ଏକ ଚିଠି ପୋଷ୍ଟ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ ବ୍ୟକ୍ତିଗତ ନିଷ୍ପତ୍ତି କ୍ରମେ ସେ ଦଳ ଓ ନିର୍ବାଚନ ରାଜନୀତିରୁ ଦୂରେଇ ଯାଇଛନ୍ତି। ଦଳରୁ ଇସ୍ତଫା ଦେବା ନେଇ ସେ ଆବାହକ ଅରବିନ୍ଦ କେଜରିୱାଲଙ୍କ ନିକଟକୁ ପତ୍ର ଲେଖିଛନ୍ତି। ତେବେ ଇସ୍ତଫା ଦେବାର କାରଣ ସମ୍ପର୍କରେ ସେ କିଛି ଉଲ୍ଲେଖ କରି ନାହାନ୍ତି। ଆପ୍‍ରେ ଥିବାବେଳେ ଦଳୀୟ ସ୍ୱେଚ୍ଛାସେବୀ ଓ ସଦସ୍ୟମାନେ ଯେଉଁ ସ୍ନେହ ଓ ସମ୍ମାନ ଦେଇଥିଲେ ସେଥିପାଇଁ ଆଶିଷ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଶିଷଙ୍କ ପୂର୍ବରୁ ଦଳର ଅନ୍ୟତମ ପ୍ରମୁଖ ନେତା ଆଶୁତୋଷ ମଧ୍ୟ ଇସ୍ତଫା ଦେଇଛନ୍ତି।

Leave A Reply