ଆତ୍ମହତ୍ୟା କଲେ ବଲିଉଡ୍ ଅଭିନେତା ଆସିଫ୍ ବସରା

ମୁମ୍ବଇ : ବଲିଉଡ ଅଭିନେତା ଆସିଫ ବସରା ଗୁରୁବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହିମାଚଳର କାଙ୍ଗଡା ଜିଲ୍ଲା ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡା ରୋଡ୍ ସ୍ଥିତ ଏକ କାଫେ ନିକଟରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା ଖବର ଶୁଣି ସମସ୍ତେ ଚକ୍କିତ ହୋଇଯାଇଛନ୍ତି  । ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ଏନେଇ କାଙ୍ଗଡା ଏସପି ବିମୁକ୍ତ ରଞ୍ଜନ ସୂଚନା ଦେଇଛନ୍ତି ।ଆସିଫ୍ ବସରା ବ୍ଲାକ୍ ଫ୍ରାଇଡ଼େ, ଜବ୍ ୱି ମିଟ୍ ଏବଂ ହିଚ୍‌କି ଭଳି ଅନେକ ଚମତ୍କାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

Comments are closed.