ଏସୀୟ କ୍ରୀଡ଼ା: ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

0

ଜାକର୍ତ୍ତା: ଏସୀୟ କ୍ରୀଡ଼ା ୨୦୧୮ରେ ଭାରତକୁ ଆଜି ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ଡବଲ୍ସ ଟେନିସ୍‍ରେ ରୋହନ ବୋପାନ୍ନା-ଡିଭିଜ ଶରନ୍‍ଙ୍କ ଯୋଡ଼ି ଭାରତ ପାଇଁ ଆଜିର ଦ୍ୱିତୀୟ ତଥା ସାମଗ୍ରିକ ଭାବରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଫାଇନାଲ୍‍ରେ ବୋପାନ୍ନା-ଶରନ୍‍ ଯୋଡ଼ି କାଝାକସ୍ତାନ୍‍ର ଆଲେକସାନ୍ଦାର ବବ୍‍ଲିକ୍‍ ଓ ଡେନିସ ୟେଭସେଭଙ୍କ ଯୋଡ଼ିକୁ ସିଧାସଳଖ ୬-୩, ୬-୪ ସେଟ୍‍ରେ ମାତ୍ର ୫୨ ମିନିଟରେ ପରାସ୍ତ କରିଥିଲେ। ଏହାପରେ ୬ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧୨ କାଂସ୍ୟ ସହିତ ଭାରତର ପଦକ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।

Leave A Reply