ଏସିଆନ୍‍ ସୁଟିଂ ଚମ୍ପିଆନସିପ୍‍ : ମିକ୍ସଡ ଇଭେଣ୍ଟରେ ମାନୁ-ସୌରଭଙ୍କୁ ସ୍ୱର୍ଣ୍ଣ

0

କୁଏତ ସିଟି : ଏଠାରେ ଆୟୋଜିତ ୧୧ତମ ଏସିଆନ୍‍ ଏୟାରଗନ୍‍ ଚମ୍ପିଆନସିପ୍‍ର ୧୦ମିଟର ଏୟାର ପିସ୍ତଲ୍‍ ମିକ୍ସଡ ଇଭେଣ୍ଟରେ ଭାରତର ମାନୁ ଭାକେର ଓ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିବା ସହ ଜୁନିୟର ବର୍ଗରେ ବିଶ୍ୱରେକର୍ଡ କରିଛନ୍ତି।
ଫାଇନାଲରେ ମାନୁ-ସୌରଭ ୪୮୫.୪ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚୀନ୍‍ର ୱାଙ୍ଗ୍‍ ଜିଆଉ-ହଙ୍ଗ ସୁକ୍ୱି ୪୭୭.୯ ପଏଣ୍ଟ ସହ ରୌପ୍ୟ ପଦକ ଜିତିଥିଲେ। ଚୀନ୍‍ର ଆଉ ଏକ ଯୋଡ଼ିକୁ ବ୍ରୋଞ୍ଜ୍‍ ପଦକ ମିଳିଥିବା ବେଳେ ଭାରତର ଅବିନ୍ଦୟ ପାଟିଲ ଓ ଅନମୋଲ୍‍ ଜୈନ୍‍ ୪ର୍ଥ ସ୍ଥାନରେ ରହିଛନ୍ତି। ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ମାନୁ-ସୌରଭ ୭୬୨ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅବିନ୍ଦୟ ଓ ଅନମୋଲ୍‍ ଯୋଡ଼ି ୭୬୦ ପଏଣ୍ଟ ହାସଲ କରି ୩ୟ ସ୍ଥାନରେ ରହିଥିଲେ। ଏହି ଚମ୍ପିଆନସିପ୍‍ରେ ଭାରତକୁ ୧୧ଟି ପଦକ ମିଳିଛି। ସେଥିମଧ୍ୟରେ ୪ଟି ସ୍ୱର୍ଣ୍ଣ ପଦକ ରହିଛି।

Leave A Reply