ପୁରୁଷ ସିପକ୍ ଟାକ୍ରରେ ଭାରତକୁ ବ୍ରୋଞ୍ଜ୍‍

0

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାରେ ମଙ୍ଗଳବାର ଭାରତୀୟ ପୁରୁଷ ସିପକ୍‍ ଟାକ୍ର ଦଳକୁ ବ୍ରୋଞ୍ଜ୍‍ ପଦକ ମିଳିଛି। ମଙ୍ଗଳବାର ସେମିଫାଇନାଲରେ ରେଗୁ ବିଭାଗରେ ଭାରତୀୟ ଦଳ ଗତଥରର ଚମ୍ପିଆନ୍‍ ଥାଇଲାଣ୍ଡଠାରୁ ୦-୨ରେ ପରାସ୍ତ ହୋଇଥିଲା। ତେବେ ସେମିଫାଇନାଲରେ ପ୍ରବେଶ କରିଥିବା ଦଳ ବ୍ରୋଞ୍ଜ୍‍ ପଦକ ପାଇବା ନିୟମ ଥିବାରୁ ଭାରତକୁ ବ୍ରୋଞ୍ଜ୍‍ ପଦକ ମିଳିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଦଳ ଇଣ୍ଡୋନେସିଆଠାରୁ ୩-୦ରେ ପରାସ୍ତ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍‍ରେ ଭାରତୀୟ ଦଳ ଇରାନ୍‍କୁ ୨୧-୧୬, ୧୯-୨୧, ୨୧-୧୭ ପଏଣ୍ଟରେ ପରାସ୍ତ କରି ଗ୍ରୁପ୍‍ ବି’ରେ ୨ୟ ସ୍ଥାନ ହାସଲ କରି ସେମିଫାଇନାଲକୁ ପ୍ରବେଶ କରିଥିଲା। ରେଗୁ ବିଭାଗରେ ୬ଟି ଦଳ ଭାଗ ନେଉଥିବାରୁ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳକୁ ବ୍ରୋଞ୍ଜ୍‍ ପଦକ ମିଳିବା ନିଶ୍ଚିତ ଥିଲା। ସିପକ୍‍ ଟାକ୍ର ଏହା ଭାରତର ପ୍ରଥମ ପଦକ।

Leave A Reply