ଏସୀୟ କ୍ରୀଡ଼ା : କବାଡ଼ିରେ ବିପର୍ଯ୍ୟୟ

0

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାରେ ସୋମବାର ଏକ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱରେ କବାଡ଼ିରେ ଅପ୍ରତିଦ୍ୱନ୍ଦ୍ୱୀ ଭାରତର ପୁରୁଷ ଦଳକୁ ଦକ୍ଷିଣ କୋରିଆ ୨୪-୨୩ ପଏଣ୍ଟରେ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟିକରିଛି। ମ୍ୟାଚ୍‍ରେ ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। କୋରିଆ ଦଳ ଅପ୍ରତ୍ୟାଶିତ ଭାବେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତକୁ ଚକିତ କରିଥିଲା। ଶେଷରେ କୋରିଆ ୧ ପଏଣ୍ଟରେ ଆଗୁଆ ରହିଥିଲା। ସୂଚନାଯୋଗ୍ୟ; ଏସୀୟ କ୍ରୀଡ଼ାରେ କୌଣସି ଦଳଠାରୁ ଭାରତର ଏହା ପ୍ରଥମ ପରାଜୟ। ଏହି ମ୍ୟାଚ୍‍ ପୂର୍ବରୁ ଏସୀୟ କ୍ରୀଡ଼ାରେ ଭାରତ ୩୫ଟି ମ୍ୟାଚ୍‍ ଖେଳି ସବୁତକ ଜିତିଥିଲା। ଏହି ପରାଜୟ ସତ୍ତ୍ବେ ଭାରତର ପଦକ ଆଶାରେ କୌଣସି ପ୍ରଭାବ ପଡ଼ିନାହିଁ। ଏସିଆଡ୍‍ରେ କବାଡ଼ିରେ ୭ଟିଯାକ ସ୍ୱର୍ଣ୍ଣପଦକ ଜିତିଥିବା ଭାରତ ଏବେ ମଧ୍ୟ ସ୍ୱର୍ଣ୍ଣପଦକ ପାଇଁ ବଡ଼ ଦାବିଦାର ରହିଛି। ଏହି ମ୍ୟାଚ୍‍ ପୂର୍ବରୁ ବାଂଲାଦେଶକୁ ୫୦-୨୧ରେ ଏବଂ ଶ୍ରୀଲଙ୍କାକୁ ୪୪-୨୮ରେ ପରାସ୍ତ କରିଥିଲା। ମଙ୍ଗଳବାର ଥାଇଲାଣ୍ଡ ବିରୋଧରେ ଭାରତୀୟ ପୁରୁଷ ଦଳ ୪ର୍ଥ ମ୍ୟାଚ୍‍ ଖେଳିବ।

Leave A Reply