www.samajalive.in
Saturday, December 6, 2025
14.1 C
Bhubaneswar

ଏସିଆନ ଚମ୍ପିଆନ୍ସ ଟ୍ରଫି:ପାକିସ୍ତାନକୁ ୩-୧ ଗୋଲରେ ହରାଇଲା ଭାରତ

ଢାକା: ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତର ବଡ଼ ବିଜୟ। ପାକିସ୍ତାନକୁ ୩-୧ ଗୋଲରେ ହରାଇଲା ଭାରତ। ଢାକାରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ। ହରମନପ୍ରୀତ ୨ଟି ଏବଂ ଆକାଶଦୀପ ଗୋଟିଏ ଗୋଲ ସ୍କୋର କଲେ। ୩ଟି ମ୍ୟାଚରୁ ୨ଟି ବିଜୟ ଏବଂ ଗୋଟିଏରେ ଡ୍ର ରଖି ଟେବୁଲ ଶୀର୍ଷରେ ଭାରତ।
ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ପାକିସ୍ତାନକୁ ଟିମ୍ ଇଣ୍ଡିଆର ଷ୍ଟାର ହରମନପ୍ରୀତ ସିଂହ ଚତୁର୍ଥ କ୍ବାର୍ଟରରେ ଟିମ୍ ଇଣ୍ଡିଆ ପାଇଁ ତୃତୀୟ ଗୋଲ୍ କରି ବିଜୟ ସୁନିଶ୍ଚିତ କରିଦେଇଥିଲେ। ବାଂଲାଦେଶର ଢାକାରେ ଚାଲିଥିବା ଏହି ମହାମୁକାବିଲାରେ ଭାରତୀୟ ଟିମ୍ ଆରମ୍ଭରୁ ଖୁବ୍ ଆକ୍ରାମଣାତ୍ମକ ଭାବରେ ଖେଳିଥିବାର ଦେଖିବାକୁ ମିଳିଥିଲା।

ଟିମ୍ ଇଣ୍ଡିଆର ଉପ-କ୍ୟାପଟେନ୍ ହରମନପ୍ରୀତ ସିଂହ ଏହି ମ୍ୟାଚ୍‌ରେ ଦୁଇଟି ଗୋଲ୍ କରିଛନ୍ତି। ପ୍ରଥମଟି ୮ ମିନିଟ୍ ଓ ଦ୍ବିତୀୟ ଗୋଲ୍ ୫୩ ମିନିଟ୍‌ରେ ଗୋଲ କରିଥିଲେ। ଦୁଇଟି ଗୋଲ୍ ପେନାଲ୍ଟି କର୍ଣ୍ଣରରୁ କରାଯାଇଥିଲା। ସେଭଳି ଆକାଶଦ୍ବୀପ ସିଂ ମ୍ୟାଚ୍‌ର ୪୨ ମିନିଟରେ ଗୋଲ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ କେବଳ ଗୋଟିଏ ଗୋଲ୍‌ ହୋଇଥିଲା, ଯାହାକୁ ଜୁନେଦ୍ ମଞ୍ଜୁର ୪୫ ମିନିଟ୍‌ରେ କରିଥିଲେ।
ବାଂଲାଦେଶରେ ଆୟୋଜିକ ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଏହା ଥିଲା ଦ୍ବିତୀୟ ବିଜୟ। ଏହା ପୂର୍ବରୁ ଟିମ୍ ଇଣ୍ଡିଆା ବାଂଲାଦେଶକୁ ୯-୦ ରେ ହରାଇଥିଲା। ହେଲେ ପାକିସ୍ତାନ ଏବେ ବି ବିଜୟଠାରୁ ଦୂରରେ ରହିଛି। ପ୍ରଥମ ଟୁର୍ଣ୍ଣାମେଣ୍ଟ ଜାପାନ ସହ ଥିବା ବେଳେ ତାହା ଡ୍ର’ ହୋଇଥିଲା।​‌

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories