ତୀରଚାଳନାରେ ଅଭିଶେକ ଓ ଜ୍ୟୋତିଙ୍କୁ ସ୍ୱର୍ଣ୍ଣ

ବ୍ୟାଙ୍ଗ୍‍କକ୍: ଅଭିଶେକ ବର୍ମା ଓ ଜ୍ୟୋତି ସୁରେଖା ବେନ୍ନାମ ଏକବିଂଶ ଏସୀୟ ତୀରଚାଳନା ଚାମ୍ପିୟନ୍‍ସିପ୍‍ର କମ୍ପାଉଣ୍ଡ ମିକ୍ସଡ୍‍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ବ୍ୟାଙ୍ଗ୍‍କକରେ ଏହି ପ୍ରତିଯୋଗୀତା ଚାଲିଥିଲା। ଏହି ଭାରତୀୟ ଯୋଡ଼ି ଚୀନ୍‍ ତାଇପେଇ ଯୋଡ଼ି ୱି-ସୁଆନ୍‍ ଚେନ୍‍ ଓ ଚେହ-ଲୁହ୍‍ ଚେନ୍‍ଙ୍କୁ ୧୫୮-୧୫୧ରେ ପରାସ୍ତ କରିଛନ୍ତି। ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଚାରୋଟି ବ୍ରୋଞ୍ଜ ପଦକ ସହ ଏହି ପ୍ରତିଯୋଗୀତାରେ ସାତଟି ପଦକ ହାସଲ କରିଛି।

ପୂର୍ବରୁ ଅଭିଶେକ, ରଜତ ଚୌହାନ ଓ ମୋହନ ଭରଦ୍ୱାରଜ କମ୍ପାଉଣ୍ଡ ଟିମ୍‍ ପ୍ରତିଯୋଗୀତାରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ସେମାନେ କୋରିଆଠାରୁ ମାତ୍ର ଗୋଟିଏ ପଏଣ୍ଟରେ ହାରି ଯାଇଥିଲେ। କମ୍ପାଉଣ୍ଡ ମହିଳା ଟିମ୍‍ ପ୍ରତିଯୋଗିତାରେ ଜ୍ୟୋତି, ମୁସକାନ କିରାର ଓ ପ୍ରିୟା ଗୁର୍ଜର ମଧ୍ୟ କୋରିଆଠାରୁ ଫାଇନାଲରେ ୨୧୫ – ୨୩୧ରେ ହାରି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

Comments are closed.