ଏସୀୟ ଜୁନିୟର ନୌଚାଳନା ପ୍ରତିଯୋଗିତା ; ୪ ଓଡ଼ିଆ ବାଳିକାଙ୍କୁ ସ୍ୱର୍ଣ୍ଣ ପଦକ

0

ଜଗତପୁର – ଚଳିତମାସ ୨୫ରୁ ଦକ୍ଷିଣ କୋରିଆର ଚୁଙ୍ଗ୍‍ଜୁ ସହରରେ ଆୟୋଜନ ହୋଇଥିଲା ଏସୀୟ ଜୁନିୟର ରୋଇଂ (ନୌଚାଳନା) ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ୪ ଓଡ଼ିଆ ବାଳିକା ସ୍ୱର୍ଣ୍ଣପଦକ ଜିତିଛନ୍ତି। କକ୍କଲେସ୍‍ ଫୋର୍‍ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଥିବା ଏହି ୪ ଓଡ଼ିଆ ବାଳିକା ହେଲେ ଋତୁ କାଉଡ଼ି, ସୋନାଲି ସ୍ୱାଇଁ, ଦୀପିକା ଖେସ୍‍ ଓ ଝରଣା ହସ୍ତୀ। ସୂଚନାଯୋଗ୍ୟ; ଋତୁ, ଦୀପିକା ଓ ଝରଣା ସୁନ୍ଦରଗଡ଼ର ବାସିନ୍ଦା ହୋଇଥିବା ବେଳେ ସୋନାଲି ସ୍ୱାଇଁ ହେଉଛନ୍ତି ଜଗତପୁରର ନିବାସୀ। ଏହି ୪ ଜଣଯାକ ଓଡ଼ିଆ ବାଳିକା ଜଗତପୁରସ୍ଥିତି ସାଇ ଜଳକ୍ରୀଡ଼ା ପ୍ରକଳ୍ପରେ ପ୍ରଶିକ୍ଷଣ ନେଉଛନ୍ତି। ଉକ୍ତ ପ୍ରତିଯୋଗିତାରେ ଭାରତୀୟ ଦଳରେ ୧୧ ଜଣ ପୁରୁଷ ଓ ୯ ଜଣ ମହିଳା ନୌଚାଳକ ଚୁଙ୍ଗ୍‍ଜୁ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ୯ ମହିଳାଙ୍କ ମଧ୍ୟରୁ ୫ ଜଣ ଓଡ଼ିଶାର ଥିଲେ। ସେମାନଙ୍କ ମଧ୍ୟରୁ ଉପରୋକ୍ତ ୪ ଜଣ ଦେଶକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି। ସେମାନଙ୍କ ପ୍ରଶିକ୍ଷକ ହେଲେ ଜଗତପୁର ସାଇ ଜଳକ୍ରୀଡ଼ା ପ୍ରକଳ୍ପର ପ୍ରଶିକ୍ଷକ ପି.ଟି. ପାଓଲୋସ୍‍। ଓଡ଼ିଶା ମହିଳାଙ୍କ ଏପରି କୃତିତ୍ୱ ପାଇଁ ଓଡ଼ିଶା ଆସୋସିଏସନ୍‍ ଫର୍‍ ରୋଇଂ ଏଣ୍ଡ ସ୍କଲିଂର ସମ୍ପାଦକ ବିନୋଦ ଦାଶ ଓ ସମ୍ପାଦକ ଅମରଜ୍ୟୋତି ସିଂହଦେଓ ସେମାନଙ୍କ

Leave A Reply