ଦୁବାଇରେ ଏସିଆ କପ୍‌ କ୍ରିକେଟ୍

କଲକାତା  : ଏସିଆ କପ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲ। ଏଥିସହ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତ ଓ ପାକିସ୍ତାନ ଦଳ ଭାଗ ନେବେ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩ରେ ଦୁବାଇରେ ଏସିଆନ୍ କ୍ରିକେଟ୍ କାଉନସିଲ୍‌ ବୈଠକରେ ଯୋଗ ଦେବା ନିମନ୍ତେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଗାଙ୍ଗୁଲି ଏହି ସୂଚନା ଦେଇଛନ୍ତି। ଏସିଆନ କପ୍‌ ଆସନ୍ତା ସେପ୍ଟେମ୍ବରରେ ପାକିସ୍ତାନରେ ଖେଳାଯିବାର ଥିଲା। ତେବେ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟ ଦୁବାଇକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Comments are closed.