ଥାନାଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଧମକ: ତୋ ପୋଷାକ ଖୋଲି ଦେବି

ପାଟନା : ନିଜ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ଜନତା ଦରବାରରେ ଜଣେ ଥାନାଧିକାରୀଙ୍କୁ ଧମକ ଦେଇ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।

ବିହାରର ବକ୍ସାରରେ ଆୟୋଜିତ ଜନତା ଦରବାରରେ (ଜନ ଅଭିଯୋଗ କେନ୍ଦ୍ର)ରେ ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଚୌବେ ଜଣେ ଥାନାଧିକାରୀଙ୍କୁ ଧମକ ଦେଇଥିଲେ ଯେ ତୋ ପୋଷାକ ଖୋଲିଦେବି। ଜନ ଅଭିଯୋଗ କେନ୍ଦ୍ରରେ ଜଣେ ବୟୋଜ୍ୟଷ୍ଠ ବ୍ୟକ୍ତି ଥାନାଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଥାନାଧିକାରୀ ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କୁ ଗୁଣ୍ଡା କହିଥିଲେ ଓ ତାଙ୍କୁ ଗୁଣ୍ଡା ଆଇନରେ ଥାନାରେ ପୂରାଇ ଦେବାକୁ ଧମକ ଦେଉଥିଲେ। ଏହାପରେ ମନ୍ତ୍ରୀ ଲୋକଙ୍କ ଆଗରେ ଥାନାଧିକାରୀଙ୍କୁ ଡାକି ତମକୁ ଏହି ବ୍ୟକ୍ତି ଜଣକ ଗୁଣ୍ଡା ଭଳି ଦେଖାଯାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଡିଜିପି ଓ ଏସପି କାହା କଥାରେ ତମେ ଏହି ବରିଷ୍ଠ ନାଗରିକଙ୍କୁ ଗୁଣ୍ଡା କହୁଛ ଓ କେମିତି ତାଙ୍କୁ ନୋଟିସ୍‍ କରିଛ ବୋଲି ମନ୍ତ୍ରୀ ପ୍ରଶ୍ନ କରିବା ସହ ତମ ପୋଷାକ ଖୋଲିଦେବି ବୋଲି ଧମକ ଦେଇଥିଲେ। ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। କେତେକ ଲୋକ ଏହାକୁ ନେଇ ମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଓ ଅନ୍ୟ କେତେକ ଲୋକ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

Comments are closed.