ପିପିଲିରୁ ଆଶ୍ରିତଙ୍କ ପ୍ରାର୍ଥିପତ୍ର ଦାଖଲ

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ଭରିଛନ୍ତି।
ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅପରପକ୍ଷରେ ବିଜେଡି ଓ କଂଗ୍ରେସ ଏଯାବତ୍ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି।
ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ସେ ବିଜେପିରେ ସାମିଲ ହୋଇଥିଲେ।