ପରଦାକୁ ଆସିବ ଆଶାରାମ ବାପୁଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ର

ମୁମ୍ବଇ: ଖୁବଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ବାବା ଆଶାରାମ ବାପୁଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ର। ବଲିଉଡ଼କୁ ‘ଗ୍ୟାଙ୍ଗ୍ସ ଅଫ ୱାସେପୁର’ ଭଳି ହିଟ୍‍ ଚଳଚ୍ଚିତ୍ର ଦେଇଥିବା ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁନୀଲ ବୋହରାଙ୍କ ନିର୍ଦ୍ଦେଶନାରେ ଏହି ସିନେମା ନିର୍ମାଣ ହେବାକୁ ଯାଉଛି। ସୁନୀଲ ଏହା ପୂର୍ବରୁ ଗ୍ୟାଙ୍ଗ୍ସ ଅଫ୍ ଓ୍ବାସେପୁର, ଶାହିଦ୍, ତନୁ ଓ୍ବେଡସ ମନୁ ଏବଂ ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର।

ଆଶାରାମ ବାପୁଙ୍କ ଜୀବନୀକୁ ନେଇ ନିର୍ମିତ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇସାରିଥିବା ଜଣାପଡ଼ିଛି। ନାବାଳିକା ବଳାତ୍କାର ମାମଲାରେ ଆତ୍ମ ଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଛନ୍ତି। ଆଶାରାମ ବାପୁ, ୨୦୧୩ ମସିହା ଅଗଷ୍ଟ ୩୧ ତାରିଖରୁ ଜେଲରେ ରହିଛନ୍ତି। ଆଶାରାମଙ୍କ ଆଶ୍ରମରେ ରହୁଥିବା ଏକ ନାବାଳିକା ଛାତ୍ରୀକୁ ସେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

Comments are closed.