ଅସହମତି ଯୋଗୁ କୌଣସି ବୈଠକରେ ଯୋଗଦେବେନି ନିର୍ବାଚନ କମିଶନର ଲବାସା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର ଅନ୍ୟତମ ସଦସ୍ୟ ତଥା ନିର୍ବାଚନ କମିଶନ ଅଶୋକ ଲବାସା କହିଛନ୍ତି ଯେ ଆଚରଣ ବିଧି ସମ୍ପର୍କିତ ଅଭିଯୋଗ ଉପରେ ଆଲୋଚନା ପାଇଁ କୌଣସି ବୈଠକରେ ସେ ସେପର୍ଯ୍ୟନ୍ତ ଯୋଗ ଦେବେନାହିଁ ଯେପର୍ଯ୍ୟନ୍ତ ତାଙ୍କ ମତ ଆୟୋଗଙ୍କ ଆଦେଶରେ ସାମିଲ କରାଯିବ ନାହିଁ। ପୂର୍ବରୁ ମେ ୪ରୁ ଅନୁଷ୍ଠିତ ଆଚରଣ ବିଧି ସମ୍ପର୍କିତ ବୈଠକରେ ମଧ୍ୟ ସେ ଯୋଗ ଦେଇନାହାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ମୁଖ୍ୟ ନିର୍ବାଚନ କମିଶନର କ୍ଲିନ ଚିଟ ଦେବା ନିଷ୍ପତ୍ତିରେ ନିର୍ବାଚନ କମିଶନ ଅଶୋକ ଲବାସା ଅସନ୍ତୋଷ ପ୍ରକାଶ କରି କହିଛନ୍ତି ସେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରିବାକୁ ମତ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏପ୍ରିଲ ୧ରେ ମହାରାଷ୍ଟ୍ରରେ, ୬ରେ ନାନ୍ଦେଡ଼ ଓ ୯ରେ ଲାଟୁର ଏବଂ ଚିତ୍ରଦୁର୍ଗରେ ପୁଲୱମା ଆକ୍ରମଣ ଓ ଵାଲାକୋଟ ବିମାନ ଆକ୍ରମଣ ବିଷୟ ଉଲ୍ଲେଖ କରି ନୂତନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ ଯେଉଁଥିରେ କମିଶନ ତାଙ୍କୁ କ୍ଲିନ ଚିଟ ଦେଇଥିଲେ।

ଏପ୍ରିଲ ୯ରେ ନାଗପୁରରେ ଶାହାଙ୍କ ଭାଷଣକୁ ମଧ୍ୟ ଆୟୋଗ କ୍ଲିନଚିଟ ଦେଇଥିଲେ ଯାହାର ନିଷ୍ପତ୍ତିକୁ ୨-୧ରେ ସେ ବିରୋଧ କରିଥିଲେ। ଲବାସା ଅନେକ ଗୁଡିଏ ଅଭିଯୋଗର ବିଚାର ଓ ନିଷ୍ପତ୍ତିରେ ଅସହମତ ଥିଲେ ମଧ୍ୟ ତାଙ୍କ ବିଚାରଧାରାକୁ ଆୟୋଗଙ୍କ ଆଦେଶରେ ସାମିଲ କରାଯାଇ ନ ଥିଲା। କ୍ଲିନ ଚିଟ ଦେବା ନିଷ୍ପତ୍ତିକୁ ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମଧ୍ୟ ଆଲୋଚନାର ଶରବ୍ୟ ହେବାକୁ ପଡିଥିଲା। ।

ସୂଚନା ଯୋଗ୍ୟ ଯେ, ନିର୍ବାଚନ ଆୟୋଗର ଧାରା ୧୦ ଅନୁଯାୟୀ ଆୟୋଗର ସମସ୍ତ କର୍ଯ୍ୟ ଓ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ହେବ ଆବଶ୍ୟକ, ଯଦି ମତଭେଦ ହୁଏ ସେ କ୍ଷେତ୍ରରେ ବହୁମତ ଆଧାରରେ ନିଷ୍ପତ୍ତି ଗ୍ରହଣ କରାଯିବ।

Comments are closed.