ଅଶୋକ ଲାଭାସା ଏସୀୟ ବିକାଶ ବ୍ୟାଙ୍କ ଉପାଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:  ୧୯୮୦ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ତଥା ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କୁ ଏସୀୟ ବିକାଶ ବ୍ୟାଙ୍କର ଉପାଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି । ଅଶୋକ ଲାଭାସାଙ୍କୁ ବେସରକାରୀ ସେକ୍ଟର ଅପରେସନ୍ ଏବଂ ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ ପାଇଁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି  । ସେ ଦିୱାକର ଗୁପ୍ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ଏଡ଼ିବି ପକ୍ଷରୁ ସୂଚନା ଦିଆଯାଇଛି ।

ହରିୟାଣା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଓଇଝ) ଅଧିକାରୀ ଅଶୋକ ଲାଭସା ଭାରତର ନିର୍ବାଚନ କମିଶନର ଭାବରେ ଜାନୁୟାରୀ ୨୩, ୨୦୧୮ରେ ଦାୟିତ୍ବ  ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇବା ପୂର୍ବରୁ ଲାଭାସା କେନ୍ଦ୍ର ଅର୍ଥ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର  ସଚିବ ଥିଲେ।

Comments are closed.