ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଲେ ଅଶୋକ ଗେହଲଟ!

ନୂଆଦିଲ୍ଲୀ ..-   ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମରେ  ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । କୋବିନ୍ଦଙ୍କୁ ତାଙ୍କ ଜାତି ଯୋଗୁଁ  ରାଷ୍ଟ୍ରପତି କରାଯାଇଥିବା  ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌ ଏକ ନିର୍ବାଚନୀ ସଭାରେ କହିଛନ୍ତି । ଏହି କାରଣରୁ  ୨୦୧୭ରେ ଗୁଜୁରାଟର ନିର୍ବାଚନ ପୂର୍ବରୁ କୋବିନ୍ଦଙ୍କୁ ରାଷ୍ଟ୍ରପତି କରାଯାଇଥିବା ଅଶୋକ ଗେହଲଟ ପ୍ରକାଶ କରିଛନ୍ତି ।

 

ରାହୁଲ ଗାନ୍ଧୀଙ୍କର ବେଶ୍‌ ପାଖ ଲୋକବୋଲି ଅଶୋକ ଗେହଲତଙ୍କୁ ବିବେଚନା କରାଯାଇ । ଅଶୋକ ଗେହଲତଙ୍କର ଏହି ବିବାଦୀୟ ବୟାନ ପରେ ରାଜନୈତିକ ବାତାବରଣ ବେଶ୍‌ ସରଗରମ ହୋଇଛି । ସେହପରି କଂଗ୍ରେସ ନେତା ତଥା ପଞ୍ଜାବର ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ  ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି । ସିଦ୍ଧୁ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ  କଂଗ୍ରେସ ପାଇଁ ମତଦାନ କରିବାକୁ କହି ବିବାଦୀୟ ହୋଇ ପଡିଛନ୍ତି ।

Comments are closed.