ଆସ୍‍ଲେଇ ବାର୍ଟି ମିଆଁମି ଓପନ୍‍ ଟାଇଟଲ ବିଜେତା

ମିଆଁମି ଓପନ୍‍ ମହିଳା ସିଙ୍ଗଲ୍ସ ଟେନିସ୍‍ ଫାଇନାଲରୁ ଆଣ୍ଡ୍ରେସ୍‍କ୍ୟୁ ଅବସର ନେବାପରେ ବିଶ୍ୱର ୧ ନମ୍ବର ଖେଳାଳି ଆସ୍‍ଲେଇ ବାର୍ଟି କ୍ରମାଗତ ଦ୍ୱିତୀୟ ଥର ପାଇଁ ମିଆଁମି ଓପନ୍‍ ଟାଇଟଲ ହାସଲ କରିଛନ୍ତି। ଆଣ୍ଡ୍ରେସ୍‍କ୍ୟୁ ଆହତ ହେବାରୁ ବାର୍ଟିଙ୍କଠାରୁ ୬-୩ ଓ ୪-୦ ସେଟରେ ପଛରେ ରହିଯାଇଥିଲେ।

ଅନ୍ୟପକ୍ଷରେ ପୁରୁଷ ବିଭାଗ ସିଙ୍ଗଲ୍ସରେ ଇଟାଲୀର ନବାଗତ ଜେନିକ୍‍ ସିନ୍ନର ଆଜି ଫାଇନାଲରେ ହୁବେର୍ଟ ହୁର୍‍କାଜେଙ୍କ ସହ ମୁକାବିଲା କରିବେ। ପୁରୁଷ ଡବଲ୍ସରେ କ୍ରୋଏସିଆର ନିକୋଲା ମେକ୍‍ଟିକ୍‍ ଓ ମାଟେ ପାଭେଙ୍କ ଯୋଡ଼ି ବ୍ରିଟେନ୍‍ର ଡାନ୍‍ ଇଭାନ୍ସ ଓ ନିଲ୍‍ ସ୍କୁପ୍‍ସିଙ୍କୁ ୬-୪ ଓ ୬-୪ ସେଟରେ ହରାଇ ଟାଇଟଲ ହାସଲ କରିଛନ୍ତି। ମହିଳା ଡବଲ୍ସରେ ଜାପାନର ଏନା ଶିବହରା ଏବଂ ସୁକୋ ଆୟମାଙ୍କ ଯୋଡ଼ି ଆଜିରାତିରେ ବ୍ରାଜିଲ ଆମେରିକା ଯୋଡ଼ି ଲୁଇସା ଷ୍ଟେଫାନି ଓ ହେଲେ କାର୍ଟରଙ୍କ ସହ ମୁକାବିଲା କରିବେ।

Comments are closed.