ୱିମ୍ବଲଡନ୍‌ : ମହିଳା ଫାଇନାଲରେ ବାର୍ଟି

ଲଣ୍ଡନ୍‌ : ଚଳିତ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‌ରେ ପ୍ରଥମ ଖେଳାଳି ଭାବେ ମହିଳା ସିଙ୍ଗଲ୍‌ସର ଫାଇନାଲରେ ପ୍ରବେଶ କରିଛନ୍ତି ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି। ଗୁରୁବାର ସେମିଫାଇନାଲରେ ଟପ୍ ସିଡ୍‌ ବାର୍ଟି ୨୫ନଂ ସିଡ୍ ଜର୍ମାନୀର ଆଞ୍ଜେଲିକ୍ କର୍ବରଙ୍କୁ ୬-୩, ୭-୬ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମଥର ବାର୍ଟି ୱିମ୍ବଲଡନ୍‌ର ଫାଇନାଲରେ ପ୍ରବେଶ କରିଥିବା ବେଳେ ୨୦୧୯ ଫ୍ରେଞ୍ଚ୍ ଓପନ୍‌ ଚମ୍ପିଆନ୍‌ ବାର୍ଟି ଜୀବନରେ ୨ୟ ଥର ଏକ ଗ୍ରାଣ୍ଡସ୍ଲାମ୍‌ର ଫାଇନାଲରେ ପହଞ୍ଚିଛନ୍ତି। ୨ୟ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କା ଓ ୮ମ ସିଡ୍ ଚେକ୍ ରିପବ୍ଲିକ୍‌ର ମଧ୍ୟରେ ଖେଳା ଯାଉଥିବା ୨ୟ ସେମିଫାଇନାଲରେ ବିଜେତା ବିରୋଧରେ ବାର୍ଟି ଶନିବାର ଫାଇନାଲ ମ୍ୟାଚ୍‌ ଖେଳିବେ। ୱିମ୍ବଲଡନ୍‌ରେ ବୁଧବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ୬ଷ୍ଠ ସିଡ୍‌ ସ୍ବିଜରଲାଣ୍ଡର ରଜର ଫେଡେରର କ୍ବାର୍ଟରଫାଇନାଲରେ ପରାସ୍ତହୋଇ ବିଦାୟ ନେଇଛନ୍ତି। ୨୦ଟି ଗ୍ରାଣ୍ଡସ୍ଲାମ୍ ତଥା ରେକର୍ଡ ୮ଟି ୱିମ୍ବଲଡନ୍‌ ସିଙ୍ଗଲ୍‌ସ ଟାଇଟଲ ଜିତିଥିବା ଫେଡେରରଙ୍କୁ ୧୪ଶ ସିଡ୍‌ ପୋଲାଣ୍ଡର ହ୍ୟୁବର୍ଟ ହ୍ୟୁର୍କାଜ୍ ସହଜରେ ୬-୩, ୭-୬, ୬-୦ ସେଟ୍‌ରେ ପରାସ୍ତ କରିଥିଲେ। ପୂର୍ବରୁ କୌଣସି ଗ୍ରାଣ୍ଡସ୍ଲାମ୍‌ର ୨ୟ ରାଉଣ୍ଡ ପାର୍ କରି ପାରିନଥିବା ହ୍ୟୁର୍କାଜ୍ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲେ।

Comments are closed.