ଟେଲିଭିଜନ କଳାକାର ଆଶିଷ ରାୟଙ୍କ ପରଲୋକ

ମୁମ୍ବଇ : ପ୍ରଖ୍ୟାତ ଟେଲିଭିଜନ କଳାକାର ଆଶିଷ ରାୟଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୫୫ବର୍ଷ ହୋଇଥିଲା। ସେ କୀଡ୍ନି ରୋଗରେ ପୀଡ଼ିତ ଥିଲେ। ଅଗଷ୍ଟ ୨୦୧୮ରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ଚଳିତ ବର୍ଷ ମେ’ରେ ସେ ଗୁରୁତର ଅସୁସ୍ଥ ହେବା ପରେ ଫେସବୁକ ମାଧ୍ୟମତର ବନ୍ଧୁମାନଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ‘ସସୁରାଲ ସିମର କା’, ‘ଜେନି ଅର ଜୁଜୁ’, ‘ତୁ ମେରେ ଅଗଲ ବଗଲ ହେ’, ‘ବା-ବହୂ ଔର ବେବି’ ଧାରାବାହିକରେ ଅଭିନୟ ମାଧ୍ୟମରେ ସେ ସ୍ବତନ୍ତ୍ର ପରିଚୟ ଲାଭ କରିଥିଲେ।