ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍‌ଚିଟ୍‌

ଭୁବନେଶ୍ବର: ଓଡ଼ିଶା ଅଲମ୍ପିକ୍‌ସ ଆସୋସିଏସନ୍‌(ଓଏଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ସୁପ୍ରିମ୍‌କୋର୍ଟ କ୍ଲିନ୍‌ ଚିଟ୍​ସ ଦେଇଛନ୍ତି। ପ୍ରିମ୍‌କୋର୍ଟରେ ଚାଲିଥିବା ମାମଲାରେ ସିବିଆଇର ଫାଇନାଲ୍‌ ଫର୍ମ ଦାଖଲ କରିଥିଲେ। ମାମଲାରେ କୌଣସି ବିଚାର ଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏପରିକି
ତତ୍କାଳୀନ ଓଏଏ ସମ୍ପାଦକ ଆଶୀର୍ବାଦ ବେହେରା ତ୍ରୁଟି କରିନଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। ଇନ୍‌କନ୍‌ ଆସୋସିଏଟ୍‌ସ ମଧ୍ୟ କୌଣସି ତ୍ରୁଟି କରି ଥିବା ଉଲ୍ଲେଖ ହୋଇଛି। ସିବିଆଇ ଫାଇନାଲ୍‌ ରିପୋର୍ଟ ପରେ ମାମଲାର ଅନ୍ତ ଘଟାଇଲେ ସୁପ୍ରିମ୍‌କୋର୍ଟ।
କ୍ଲିନ୍‌ ଚିଟ୍‌ ମିଳିବା ପରେ ଆଶୀର୍ବାଦ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ ସତ୍ୟ ଓ ଧର୍ମର ବିଜୟ ହୋଇଛି। ଲମ୍ବାଇ ଆଇନଗତ ଲଢ଼େଇ ପରେ ସତ୍ୟ ସାମ୍ନାକୁ ଆସିଛି।

Comments are closed.