ହରିଦ୍ୱାରରେ ସିଡିଏସ ବିପିନ ରାୱତ ଓ ମଧୁଲିକାଙ୍କ ଚିତାଭସ୍ମ ବିସର୍ଜନ

ହରିଦ୍ୱାର: ତାମିଲନାଡୁର କୁନ୍ନୁର ଠାରେ ସେନା ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଚିତାଭସ୍ମ ଶନିବାର ଉତ୍ତରାଖଣ୍ଡର ହରିଦ୍ୱାରା ଠାରେ ବିସର୍ଜନ କରାଯାଇଛି । ସେମାନଙ୍କ ଦୁଇ କନ୍ୟା କ୍ରିତିକା ଏବଂ ତାରିଣୀ ଚିତାଭସ୍ମକୁ ଦିଲ୍ଲୀରୁ ଆଣି ଏଠାରେ ପହଞ୍ଚିବା ପରେ ତାହାକୁ ବିସର୍ଜନ କରିଥିଲେ । ସୂଚନାଯୋଗ୍ୟ ଯେ ଶୁକ୍ରବାର ସେମାନଙ୍କ ପାର୍ଥିକ ଶରୀରକୁ ନୂଆଦିଲ୍ଲୀସ୍ଥିତ ବ୍ରାର ସ୍କୋୟାର ଶ୍ମଶାନ ସ୍ଥଳରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସେଠାରେ କ୍ରିତିକା ଏବଂ ତାରିଣୀ ମୁଖାଗ୍ନି ଦେଇଥିଲେ ।

Comments are closed.