ଆଶାରାମ୍‍ଙ୍କ ଅଡିଓ ଭାଇରାଲ୍‍

0

ଯୋଧପୁର: ଜନୈକା ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ୍‍ ବାପୁଙ୍କ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ଭାଇରାଲ୍‍ ହୋଇଛି। ଏହାପରେ ଜେଲ୍‍ କତ୍ତ୍‍ର୍ୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ଏହି ଅଡିଓ ଟେପ୍‍ରେ ‘ଆଚ୍ଛେଦିନ ଆୟେଙ୍ଗେ’(ଭଲ ଦିନ ଆସିବ), ପ୍ରଥମେ ଝିଅ ଶିଳ୍ପୀ ଓ ପୁଅ ଶରତକୁ ମୁକୁଳାଇବାର ବ୍ୟବସ୍ଥା କର’ ବୋଲି ଆଶାରାମ କହୁଥିବା ଶୁଣାଯାଉଛି। ଜେଲ୍‍ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଗତ ୨୭ ତାରିଖରେ ଆଶାରାମ୍‍ ଅହମ୍ମଦାବାଦ୍‍ ସ୍ଥିତ ମୋଟେରା ଆଶ୍ରମର ଜଣେ ଭକ୍ତଙ୍କୁ ଜେଲ୍‍ ଫୋନ୍‍ରୁ ବାର୍ତ୍ତାଳାପ କରିଥିଲେ। ଦୁଇଟି ନିର୍ଦ୍ଦିଷ୍ଟ ନମ୍ବରକୁ କଲ୍‍ କରିବା ପାଇଁ ଜେଲ୍‍ କର୍ତ୍ତୃପକ୍ଷ ଅନ୍ତେବାସୀଙ୍କୁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ଉକ୍ତ ଦୁଇ ନମ୍ବରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ହିଁ ଅନୁମତି ଦିଆଯାଏ। ତେଣୁ ଏହା ଜେଲ୍‍ ଭିତରୁ ନୁହେଁ ବରଂ ବାହାରୁ ଭାଇରାଲ୍‍ ହୋଇଥାଇପାରେ ବୋଲି ପୁଲିସ କହିଛି।

Leave A Reply