ସମସ୍ୟାରେ ଆଶାକର୍ମୀ; ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଶାକର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, କେନ୍ଦ୍ରସରକାର ଘୋଷଣା ମୁତାବକ ମାସିକ ୬୦୦୦ ଟଙ୍କା ଦରମା, ୟୁନିପଂର୍ମ ପ୍ରଦାନ, ଜୀବନବିମା ରାଶି ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବାକୁ ଆଶା ସାଥୀ ସଂଘ ପକ୍ଷରୁ ଦାବି କରାଯାଇଛି। ପୂର୍ବରୁ ଏ ନେଇ ବାରମ୍ବାର ସଂଘ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟସରକାର ଏଥିପ୍ରତି କୌଣସି କର୍ଣ୍ଣପାତ କରିନାହାଁନ୍ତି। ତେଣୁ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Comments are closed.