ଅସୀମ ମୁନିର ଆଇଏସ୍‍ଆଇ ମୁଖ୍ୟ

0

ଇସ୍‍ଲାମାବାଦ(ପିଟିଆଇ): ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‍ ଇଣ୍ଟଲିଜେନ୍ସ (ଆଇଏସ୍‍ଆଇ)ର ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିରଙ୍କୁ ବୁଧବାର ନିଯୁକ୍ତ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ନଭିଦ ମୁଖତାରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି। ସେ ପୂର୍ବରୁ ସାମରିକ ଗୁଇନ୍ଦା ବିଭାଗ ମୁଖ୍ୟ ଥିଲେ। ନିକଟରେ ତାଙ୍କୁ ସେନାମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ ବଜୱାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସେନା ପଦୋନ୍ନତି ବୋର୍ଡ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ପଦକୁ ପଦୋନ୍ନତି ଦିଆଯାଇଥିଲା।

Leave A Reply