ଡାକ୍ତରଖାନାରେ ଆଶାରାମ ବାପୁ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁ। ମଙ୍ଗଳବାର ଛାତିରେ ଯନ୍ତ୍ରଣା, ଅସ୍ଥିରତା, ଆଣ୍ଠୁ ଧରିବା ଏବଂ ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା କଥା ଦର୍ଶାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ଦୁଷ୍କର୍ମ ମାମଲାରେ ଆଶାରାମ ଯୋଧପୁରର କେନ୍ଦ୍ରୀୟ କାରାଗାରରେ ଆଜୀବନ କରାଦଣ୍ଡ ଭୋଗୁଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେଠାରୁ ମଥୁରା ଦାସ ମାଥୁର ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଶାରାମ ୨୦୧୩ ଅଗଷ୍ଟ ୧୫ ତାରିଖ ରାତିରେ ଯୋଧପୁର ନିକଟ ମାନାଇ ଅଞ୍ଚଳସ୍ଥିତ ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାବ୍ୟତୀତ ତାଙ୍କ ନାମରେ ଅନ୍ୟ କେତେକ ମାମଲା ମଧ୍ୟ ରହିଥିଲା।

 

Comments are closed.