ଲୋକପ୍ରିୟ ହେଉଛି ଅସମୀୟ ବ୍ୟଞ୍ଜନ

# ଆସାମର ସ୍ଥାନୀୟ ପରମ୍ପରା ପ୍ରତି ପର୍ଯ୍ୟଟକ ବହୁ ସଂଖ୍ୟାରେ ଆକୃଷ୍ଟ ହୋଇ ଦିନକୁଦିନ ସେଠାରେ ଭିଡ଼ ବଢ଼ାଇବାରେ ଲାଗିଛନ୍ତି। ପର୍ଯ୍ୟଟକଙ୍କ ବିଭିନ୍ନ ଆକର୍ଷଣ ମଧ୍ୟରୁ ଅନ୍ୟତମ ହେଉଛି ଆସାମର ପାରମ୍ପରିକ ବ୍ୟଞ୍ଜନ। ଉତ୍ତର-ପୂର୍ବର ଏଇ ରାଜ୍ୟ ଆସାମର ବିଭିନ୍ନ ବ୍ୟଞ୍ଜନର ପ୍ରମୁଖ ବିଶେଷତା ହେଉଛି କମ୍ ତେଲରେ ଓ ମସଲାରେ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତି। ଆସାମର ରାସ୍ତାକଡ଼ ଢାବା ଠାରୁ ପଞ୍ଚତାରକା ହୋଟେଲରେ ସମସ୍ତ ସ୍ଥାନରେ ସୋରିଷ ତେଲରେ ହିଁ ଖାଦ୍ୟ ପ୍ରସ୍ତୁତି କରାଯାଏ, ଯାହା ପର୍ଯ୍ୟଟକଙ୍କ ଅନ୍ୟତମ ମୁଖ୍ୟ ଆକର୍ଷଣ। କେବଳ ଅଦା, ରସୁଣ, ପିଆଜ, ଧନିଆ ପତ୍ରର ଉପଯୋଗରେ ସେଠା ରୋଷେୟା ମସଲା ତିଆରି କରନ୍ତି। ଅଧିକାଂଶ ଇଉରୋପୀୟ ପର୍ଯ୍ୟଟକ ମତ ଦେଇଛନ୍ତି, ଆସାମର ଫିସ୍‌-​ଭେଜି କରୀ((ମାଛ-ପରିବା ତରକାରି) ଓ ମିଟ୍-କଲିଫ୍ଲାୱାର(ମାଂସ-ଫୁଲକୋବି ତରକାରି) କରୀ ସୁଆଦରେ ସବୁଠୁ ଆଗରେ। ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ମନଜିଣୁଛି ଏଇ ଆସାମୀ ବ୍ୟଞ୍ଜନ।

Comments are closed.