www.samajalive.in
Monday, December 15, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ଓୱେସିଙ୍କୁ ଧକ୍କା; ଏଆଇଏମ୍‌ଆଇଏମ୍‌ ଆବାହକ ତୃଣମୂଳରେ ସାମିଲ

କଲକାତା : ବିହାର ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ହାସଲ ପରେ ଉତ୍ସାହିତ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦରାବାଦ ସାଂସଦ ଓସାଦୁଦ୍ଦିନ ଓୱେସିଙ୍କୁ ପଶ୍ଚିମବଙ୍ଗରେ ଗଭୀର ଧକ୍କା ଲାଗିଛି। ଆସନ୍ତା ବର୍ଷ ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ବୋଲି ଓୱେସି ଘୋଷଣା କରିଥିବାବେଳେ ତାଙ୍କ ଦଳର ପଶ୍ଚିମବଙ୍ଗ ଆବାହକ ଥିବା ଶେଖ୍‌ ଅନୱାର ହୁସେନ୍‌ ପାଶା ସୋମବାର ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିସହିତ ସେ ସାମ୍ପ୍ରଦାୟିକ ବିଭାଜନ ରାଜନୀତି କରୁଥିବା ଓୱେସିଙ୍କୁ ପଶ୍ଚିମବଙ୍ଗ ରାଜନୀତିରେ ମୁଣ୍ଡ ନ ପୂରାଇ ରାଜ୍ୟରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି। ଓୱେସିଙ୍କ ବିଭାଜନକାରୀ ରାଜନୀତି ଯୋଗୁଁ ବିହାରରେ ବିଜେପିକୁ ଲାଭ ମିଳିଲା ବୋଲି ସେ ଆରୋପ ଲଗାଇଛନ୍ତି। ପଶ୍ଚିମବଙ୍ଗରେ ଏଭଳି ପ୍ରୟାସ କଲେ ଫଳାଫଳ ଭୟଙ୍କର ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି। ପଶ୍ଚିମବଙ୍ଗରେ ୩୦ପ୍ରତିଶତ ସଂଖ୍ୟାଲଘୁ ଅଛନ୍ତି। ସେମାନଙ୍କ କ୍ଷେତ୍ରରେ ଯଦି ବିହାର ଶୈଳୀ ଅବଳମ୍ବନ କରାଯାଏ; ​ତେବେ ରାଜ୍ୟରେ ଭୟଙ୍କର ପରିସ୍ଥିତି ଉପୁଜିବ; ତେଣୁ ଓୱେସି ପଶ୍ଚିମବଙ୍ଗରେ ପ୍ରବେଶ ନ କରିବାକୁ ଅନୱାର କହିଛନ୍ତି। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories